ସ୍ତ୍ରୀର ଆଧାରକାର୍ଡରେ ପ୍ରେମିକାଙ୍କୁ ବୁଲାଇ ନେଇ ହୋଟେଲରେ ରଖିବା ବ୍ୟବସାୟୀଙ୍କୁ ମହଙ୍ଗା ପଡ଼ିଛି

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେବାରେ ଲାଗିଛି । ଜଣେ ବ୍ୟବସାୟୀ ନିଜ ପତ୍ନୀଙ୍କ ଆଧାରକାର୍ଡକୁ ପ୍ରେମିକାଙ୍କ ପାଇଁ ବ୍ୟବହାର କରିବା ମହଙ୍ଗା ପଡିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଉକ୍ତ ବ୍ୟକ୍ତି ଏବଂ ତାଙ୍କ ପ୍ରେମିକାଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଏହି ବ୍ୟକ୍ତି ଗୁଜୁରାଟରେ ବସବାସ କରୁଥିବା ବେଳେ ପେସାରେ ଜଣେ ବ୍ୟବସାୟୀ ବୋଲି ଜଣାପଡ଼ିଛି। ତାଙ୍କ ପତ୍ନୀ ସୁରଭି (ଛଦ୍ମନାମ)ତାଙ୍କ ବ୍ୟବସାୟ ସହଯୋଗୀ ଅଟନ୍ତି। ତେବେ ପତ୍ନୀଙ୍କୁ ତାଙ୍କ ସ୍ୱାମୀ ରବି (ଛଦ୍ମନାମ)ଙ୍କ ଉପରେ ଅନେକ ଦିନ ହେବ ସନ୍ଦେହ ରହିଥିଲା। ତେଣୁ ସେ ସ୍ବାମୀ କ’ଣ କରୁଛନ୍ତି କେଉଁଆଡେ ଯାଉଛନ୍ତି ତାହା ଜାଣିବା ପାଇଁ କାରରେ ଜିପିଏସ୍ ଡିଭାଇସ୍ ଲଗାଇଥିଲେ। ପତ୍ନୀ ମଧ୍ୟ ଏହି ଘଟଣା ସମ୍ପର୍କରେ ପୁଲିସକୁ ସୂଚନା ବି ଦେଇଥିଲେ।

ଏହି ପ୍ରସଙ୍ଗରେ ଜଣେ ପୁଲିସ ଅଧିକାରୀ କହିଛନ୍ତି ହିଞ୍ଜୱାଡି ପୁଲିସ ଷ୍ଟେସନରେ ରବି ଓ ତାଙ୍କ ପ୍ରେମିକା ମିତାଲି (ଛଦ୍ମନାମ)ବିରୋଧରେ ମାମଲା ରୁଜୁ ହୋଇଛି।

ମହିଳା ଜଣକ ତାଙ୍କ ସ୍ୱାମୀ ରବିଙ୍କ ସ୍ବଭାବ ଦେଖି ଅନେକ ଦିନରୁ ସନ୍ଦେହ କରୁଥିଲେ। ତେଣୁ ସେ ସ୍ବାମୀଙ୍କ ପ୍ରତିଟି କାର୍ଯ୍ୟକଳାପ ଉପରେ ନଜର ରଖିଥିଲେ। ସେ ତାଙ୍କ ସ୍ୱାମୀଙ୍କ ଏସୟୁଭିରେ ଏକ ଜିପିଏସ୍ ଟ୍ରାକର୍ ଲଗାଇ ସତ୍ୟତା ସାମ୍ନାକୁ ଆଣିଥିଲେ। ରବି ତାଙ୍କ ସ୍ତ୍ରୀ ସୁରଭିଙ୍କ ଆଧାରକାର୍ଡକୁ ଆଧାର କରି ପ୍ରେମିକା ମିତାଲିଙ୍କୁ ବୁଲାଇ ନେବା ସହ ହୋଟେଲରେ ରଖିଥିଲେ।

ସମ୍ବନ୍ଧିତ ଖବର