ଦୁଷ୍କର୍ମକାରୀକୁ ମୃତ୍ୟୁଦଣ୍ଡ : ଏକ ମାସ ନ ପୂରୁଣୁ ଶିଶୁ ଦୁଷ୍କର୍ମ ଓ ହତ୍ୟା ମାମଲାର ଫଇସାଲା କଲା ଇନ୍ଦୋର ଜିଲ୍ଲା ଅଦାଲତ

ଇନ୍ଦୋର : ଦେଶରେ ନାବାଳିକା ଦୁଷ୍କର୍ମ ମାମଲା ବଢ଼ି ଚାଲିଥିବା ବେଳେ ଏକ ଉଦାହରଣ ସୃଷ୍ଟି କରିଛନ୍ତି ଇନ୍ଦୋରର ଏକ ଅଦାଲତ। ଏହି ଅଦାଲତ ଶୁଣାଇଛନ୍ତି ଏକ ଏତିହାସିକ ରାୟ । ନାବାଳିକା ଦୁଷ୍କର୍ମ ମାମଲାରେ ତ୍ୱରିତ ନ୍ୟାୟ ପ୍ରଦାନ କରି ଦୁଷ୍କର୍ମକାରୀକୁ ଦେଇଛନ୍ତି ମୃତ୍ୟୁଦଣ୍ଡ। ଏକ ୪ ମାସର ଶିଶୁକୁ ଦୁଷ୍କର୍ମ ହେବାର ମାସେ ନ ପୂରୁଣୁ ମାମଲାର ଫଇସଲା କରିଛନ୍ତି କୋର୍ଟ। ଗତ ଏପ୍ରିଲ ୨୦ରେ ଅଭିଯୁକ୍ତ ଜଣକ ଶିଶୁକୁ ଶୋଇଥିବା ଅବସ୍ଥାରେ ଉଠାଇ ନେଇ ତା’ସହ ଦୁଷ୍କର୍ମ କରି ହତ୍ୟା କରିଥିବା ବେଳେ ଆଜି ଇନ୍ଦୋର ଜିଲ୍ଲା ଅଦାଲତ ଏ ନେଇ ମୃତ୍ୟୁ ଦଣ୍ଡ ଶୁଣାଇଥିବା ଜଣାପଡ଼ିଛି ।

ଇନ୍ଦୋରର ରଜ୍‌ଓ୍ଵାଡ଼ା ଅଞ୍ଚଳରେ ଅଭିଯୁକ୍ତ ଜଣଙ୍କ ଏକ କୋଠାର ବେସ୍‌ମେଣ୍ଟକୁ ନେଇ ଶିଶୁକୁ ଦୁଷ୍କର୍ମ କରିଥିବା ବେଳେ ବିଲ୍‌ଡ଼ିଙ୍ଗରେ ଲାଗିଥିବା ସିସିଟିଭିରେ ତାହା କଏଦ ହୋଇଥିଲା । ପୁଲିସ ଏତଲା ପାଇ ସିସିଟିଭି ଯାଞ୍ଚ କରିବା ପରେ ଅଭିଯୁକ୍ତ ଜଣଙ୍କ ଶିଶୁର ସଂପର୍କିୟ ବୋଲି ଜଣା ପଡ଼ିଥିଲା । ଏହା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି ପଚରା ଉଚରା କରିବା ସହ କୋର୍ଟ ଚାଲାଣ କରିଥିଲା ।

Indiatimes.com

ସୂଚନା ମୁତାବକ, ଏପ୍ରିଲ ୨୦ରେ ରଜ୍‌ଓ୍ଵାଡ଼ା ଦୁର୍ଗ ପାଖରେ ପୀଡ଼ିତା ଏବଂ ତା’ର ପରିବାର ଲୋକ ଶୋଇଥିବା ବେଳେ ଅଭିଯୁକ୍ତ ଜଣଙ୍କ ପୀଡ଼ିତାଙ୍କୁ ଉଠାଇ ନେବା ସହ ପାଖରେ ଥିବା ଏକ ଘରକୁ ନେଇ ଦୁଷ୍କର୍ମ କରିଥିଲେ । ଏହା ପରେ ଧରା ପଡ଼ିଯିବା ଡ଼ରରେ ସେ ତାଙ୍କୁ ହତ୍ୟା କରିବା ସହ ସେଠାରେ ଫିଙ୍ଗିଦେଇ ଚାଲି ଆସିଥିଲେ । ଏହି ଘଟଣାଟି ଭୋର ୪.୩୦ରେ ଘଟିଥିବା ବେଳେ ଅପରାହ୍ନରେ ପୀଡ଼ିତାଙ୍କ ମୃତଦେହ ଉଦ୍ଧାର କରିଥିଲା ପୁଲିସ । ପୀଡ଼ିତାଙ୍କ ପରିବାର ଲୋକେ ଏବଂ ଅଭିଯୁକ୍ତ ମିଶି ରଜ୍‌ଓ୍ଵାଡ଼ା ଦୁର୍ଗ ଆଗରେ ବେଲୁନ୍‌ ବିକୁଥିଲେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର