କାଲାମଙ୍କ ଟୁଇଟର୍‌ ଆକାଉଣ୍ଟ୍‌ରୁ ତଥ୍ୟ ଚୋରି ହେଉଛି ବୋଲି ଅଭିଯୋଗ ଆଣିଲେ ସଂପର୍କୀୟ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବ୍‌ଦୁଲ୍‌ କାଲାମଙ୍କ ଟୁଇଟର୍‌ ଆକାଉଣ୍ଟ୍‌ରୁ ତଥ୍ୟ ଚୋରି ହେଉଛି ବୋଲି ତାଙ୍କର ଜଣେ ସଂପର୍କୀୟ ଶୈଖ୍‌ ଦାଓ୍ଵଦ୍‌ କାଲାମ ଅଭିଯୋଗ ଆଣିଛନ୍ତି। କାଲାମ ସେଣ୍ଟର୍‌ରର ଆଡମିନ୍‌ ସେହି ଆଇଟିକୁ ତାଙ୍କ ସଂପର୍କୀୟଙ୍କୁ ଦିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଆଗ୍ରହ ପ୍ରକାଶ କରିଛନ୍ତି ଦାଓ୍ଵଦ।

ଦାଓ୍ଵଦ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲେଖିଥିବା ନିବେଦନ ପତ୍ରରେ ଲେଖିଛନ୍ତି ଯେ ‘୨୦୧୬ ମସିହାରେ ପୂର୍ବତନ ରାଷ୍ଟ୍ରପତି କାଲାମଙ୍କ ମୃତ୍ୟୁ ପରେ ତାଙ୍କର ଆସିଷ୍ଟାଣ୍ଟ୍‌ ଶ୍ରୀଜନପଲ୍‌ ସିଂହଙ୍କୁ ତାଙ୍କ ଆକାଉଣ୍ଟ୍‌ କାଲାମଙ୍କ ଭାଇଙ୍କୁ ପ୍ରଦାନ କରିବାକୁ କହିଥିଲେ।

ମାତ୍ର ସିଂହ, ଯିଏକି କାଲାମଙ୍କର ଜଣେ ପାର୍ଟ-ଟାଇମ୍‌ କର୍ମାଚାରୀ ଭାବେ କାର୍ଯ୍ୟ କରନ୍ତି ଓ ଇଣ୍ଡିଆନ୍‌ ମିଲିଟାରି ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ର ତାଙ୍କୁ ମଧ୍ୟ ଦାଓ୍ଵଦ କାଲାମଙ୍କ ନାମରେ ଏକ ନୂଆ ଟୁଇଟର୍‌ ପେଜ୍‌ ଖୋଲି ସଂପର୍କୀୟଙ୍କୁ ଆଡମିନ୍‌ ରଖିବାକୁ କହିଥିଲେ। ମାତ୍ର ସେ ବି ଆକାଉଣ୍ଟ୍‌ ଖୋଲି ନଥିଲେ।

ଦାଓ୍ଵଦ ଅଭିଯୋଗ ଆଣିଛନ୍ତି ଯେ ସିଂହ କାଲାମଙ୍କ ଟୁଇଟର୍‌ ଆକାଉଣ୍ଟ୍‌ରୁ ତଥ୍ୟ ଚୋରି କରି ତାହାକୁ ନେି ସେଣ୍ଟର୍‌ ଆକାଉଣ୍ଟ୍‌ରେ ରଖୁଛନ୍ତି।

 

 

ସମ୍ବନ୍ଧିତ ଖବର