ପୁଷ୍ପା ସିନେମା ଶୈଳୀରେ ଚନ୍ଦନ କାଠ ଚୋରି କରିବା ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ : ଆଜିକାଲି ପୁଷ୍ପା ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଚଳଚ୍ଚିତ୍ରରେ ଅଲୁ ଅର୍ଜୁନଙ୍କ ଅଭିନୟ ଦର୍ଶକଙ୍କୁ ବେଶ ପସନ୍ଦ ବି ଆସିଛି। ସମସ୍ତେ ପୁଷ୍ପା ଚଳଚ୍ଚିତ୍ର ଦ୍ୱାରା ବହୁତ ପ୍ରଭାବିତ ହୋଇଛନ୍ତି ।

ନିକଟରେ ଜଣେ ବ୍ୟକ୍ତି ଏହି ଚଳଚ୍ଚିତ୍ର ଦ୍ୱାରା ଏତେ ଅନୁପ୍ରାଣିତ ହୋଇଥିଲା ଯେ ସେ ଲାଲ ଚନ୍ଦନ କାଠ ଚାଲାଣ କରିବା ଆରମ୍ଭ କରିଥିଲା। ଯାହାକି ତାକୁ ମହଙ୍ଗା ପଡ଼ିଛି। ଏହି ଘଟଣା ପରେ ଉକ୍ତ ଯୁବକର କାହାଣୀ ପୁରା ସୋସିଆଲ ମିଡିଆରେ ସେୟାର କରାଯାଉଛି । ନିକଟରେ ମହାରାଷ୍ଟ୍ର ପୁଲିସ ଲାଲ ଚନ୍ଦନ କାଠ କାରବାରରେ ସମ୍ପୃକ୍ତ ଚୋରା ଚାଲାଣକାରୀକୁ ଗିରଫ କରିଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରେ ଯେଉଁ ବ୍ୟକ୍ତି ପୁଲିସ ହାତରେ ଧରାପଡ଼ିଛି ସେହି ବ୍ୟକ୍ତିର ନାମ ୟାସିନ ଇନାୟତୁଲ୍ଲା ବୋଲି ଜଣାପଡ଼ିଛି। ସେ ପୁଷ୍ପା ସିନେମା ଦେଖି ଏଭଳି ଚାଲାଣ କରିବାକୁ ପ୍ରେରଣା ପାଇଥିଲା।

ୟାସିନ ୨.୪୫ କୋଟି ଟଙ୍କା ମୂଲ୍ୟର ଲାଲ ଚନ୍ଦନ କାଠ ଟ୍ରକରେ ଭରି ଚାଲାଣ କରିବାକୁ ପ୍ରସ୍ତୁତ ହେଉଥିଲା। କାହାକୁ ଯେପରି ସନ୍ଦେହ ନହୁଏ ସେଥିପାଇଁ ଉକ୍ତ ଚନ୍ଦନ କାଠକୁ ସେ କାଠ, ଫଳ ଓ ପରିବାରରେ ଢ଼ାଙ୍କି ଦେଇଥିଲା। କିନ୍ତୁ ମହାରାଷ୍ଟ୍ର ପୁଲିସ ହାତରେ ୟାସିନ ଧରାପଡ଼ିଯାଇଥିଲା। ତାର ସବୁ ଯୋଜନା ଫେଲ ମାରିଯାଇଥିଲା।

ସମ୍ବନ୍ଧିତ ଖବର