ଲ୍ୟାପ୍‌ଟପ୍‌ ଓ ମୋବାଇଲ୍‌ ଚୋର ଗିରଫ

ଚନ୍ଦ୍ରଶେଖରପୁର, : ଶୈଳଶ୍ରୀ ବିହାର ଛକ ନିକଟରେ ଥିବା ଏକ କମ୍ପ୍ୟୁଟର୍‌ କାର୍ଯ୍ୟାଳୟ ‘କମ୍‌ ପ୍ଲାନେଟ୍‌ ୟାଇ’ରୁ ଦୁଇଟି ଲ୍ୟାପ୍‌ଟପ୍‌ ଓ ଗୋଟିଏ ମୋବାଇଲ୍‌ ଚୋରି କରି ନେଇଥିବାଦୁଇ ଅଭିଯୁକ୍ତଙ୍କୁ ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ଗିରଫ କରିଛି। ଗିରଫ ଲୁଟେରାମାନେ ହେଲେ ନୟାଗଡ଼, ରଣପୁରର ଜନ୍ମେଜୟ କରଣ (୨୨) ଓ ମଣିକୁଦ ଗୋବିନ୍ଦପୁର କଟକର ଜ୍ଞାନ ରଂଜନ ପରିଡ଼ା (୩୨)। ଉକ୍ତ କାର୍ଯ୍ୟାଳୟରେ କେହି ନଥିବା ବେଳେ ଏ ଦୁହେଁ ଲ୍ୟାପ୍‌ଟପ୍‌ ଓ ମୋବାଇଲ୍‌ ଚୋରି କରି ନେଇଥିଲେ। ମାତ୍ର ସିସିଟିଭି କ୍ୟାମେରା ଫୁଟେଜ୍‌ରୁ ସେମାନଙ୍କ ଛବି ମିଳିଥିଲା। ଏନେଇ ଥାନାରେ ଅଭିଯୋଗ ହେବାରୁ ପୁଲିସ୍‌ ସେମାନଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା। ଆଜି ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କଠାରୁ ଚୋରି ସାମଗ୍ରୀ ଜବତ କରାଯାଇଛି। ଆସନ୍ତାକାଲି ସେମାନଙ୍କୁ କୋର୍ଟଚାଲାଣ କରାଯିବ।

ସମ୍ବନ୍ଧିତ ଖବର