ଧୋକା ଦେବାରୁ ପ୍ରେମିକାଙ୍କ ମଥା ବ୍ଲେଡ଼୍‍ରେ କାଟିଲେ ପ୍ରେମିକ !

ମୁମ୍ବାଇ: ପ୍ରେମରେ ଧୋକା ଖାଇବା ପରେ ପ୍ରେମିକାକୁ ଜୀବନରୁ ମାରିବାକୁ ପଛାଇଲା ନାହିଁ ପ୍ରେମିକ । ହୋଟେଲ ରୁମ୍‌କୁ କଥା ହେବା ପାଇଁ ଡ଼ାକି ବ୍ଳେଡ଼୍‍ରେ ପ୍ରେମିକାଙ୍କ ମଥା କାଟିବା ସହ ନିଜର ହାତ ଶିରାକୁ କାଟିଲା ପ୍ରେମିକ ।

ଘଟଣାରୁ ପ୍ରକାଶ, ଅନ୍‌ଟପ୍‌ ହିଲ୍‌ରେ ଥିବା ସଂଗମ୍‌ ନଗରରେ ରହୁଥିବା ଅଜମଲ ଶାହା ନାମକ ଜଣେ ଯୁବକ ଜଣେ ତୃତୀୟ ବର୍ଷ ଡିଗ୍ରି କଲେଜରେ ପଡ଼ୁଥିବା ଝିଅକୁ ଭଲ ପାଉଥିଲେ । କିଛି ଦିନ ପୂର୍ବରୁ ସେ ସେହି ଝିଅକୁ ଅନ୍ୟ ଜଣେ ଯୁବକ ସହ ଦେଖି ରାଗି ଯାଇଥିଲେ ସେ । ପରେ ସେହି ବିଷୟରେ କଥା ହେବା ପାଇଁ ଅଜ୍‌ମଲ ତାଙ୍କ ପ୍ରେମିକାଙ୍କୁ ହୋଟେଲ ରୁମ୍‌କୁ ଡ଼ାକିଥିଲେ । ହୋଟେଲରେ କିଛି ସମୟ କଥା ହେବା ପରେ ସେ ଆଣିଥିବା ବ୍ଲେଡ଼୍‍ରେ ପ୍ରେମିକାର ମଥାକୁ କାଟିବା ସହ ନିଜ ହାତ ଶିରାକୁ ମଧ୍ୟ କାଟି ଦେଇଥିଲେ ।

ଏହି ଘଟଣା ସଂପର୍କରେ ଜାଣିବା ପରେ ହୋଟେଲ କର୍ମଚାରୀ ପୁଲିସକୁ ଜଣାଇଥିଲେ । ପୁଲିସ ସେଠାରେ ପହଞ୍ଚିବା ପରେ ପ୍ରେମିକକୁ ଜେଜେ ହସ୍ପିଟାଲ ସ୍ଥାନାନ୍ତର କରିବା ସହ ପ୍ରେମିକାକୁ କେଇଏମ୍‌ ହସ୍ପିଟାଲ ପଠାଯାଇଥିଲେ । ଚିକିତ୍ସା ପରେ ଝିଅଟିର ଅବସ୍ଥା ଗୁରୁତର ଥିବା ବେଳେ ପୁଅଟି ଭଲ ଅଛି ବୋଲି ଜଣା ପଡ଼ିଛି ।

ଘଟଣାଟି ଦାଦର ଷ୍ଟେସନ୍‌ ପାଖରେ ଥିବା ଅପ୍ସରା ହୋଟେଲରେ ଘଟିଛି ବୋଲି ଜଣା ପଡ଼ିଛି । ଘଟଣା ସଂପର୍କରେ ଝିଅର ପରିବାରକୁ ସୂଚାନା ଦିଆଯାଇଥିବା ବେଳେ ଅଜମଲର ସମ୍ପୁର୍ଣ୍ଣ ଭାବେ ଭଲ ହେବା ପାଇଁ ଅପେକ୍ଷା କରିଛୁ । ଯେହେତୁ ଝିଅର ଅବସ୍ଥା ଏବେ ବହୁତ ଖରାପ । ସେଥିପାଇଁ ଆମେ ଅଜ୍‌ମଲଙ୍କ ବିରୁଦ୍ଧରେ ହତ୍ୟାର ପ୍ରୟାସ କରିବା ପାଇଁ ମାମଲା ରୁଜୁ କରିଛୁ ବୋଲି କହିଛନ୍ତି ଭୋଇଓ୍ଵାଡ଼ା ପୁଲିସ ଷ୍ଟେସନ୍‌ର ବରିଷ୍ଟ ପୁଲିସ ଅଧକାରୀ ଦତ୍ତାରାୟ ପାଟିଲ୍‌ ।

ସମ୍ବନ୍ଧିତ ଖବର