ପଞ୍ଜାବ: ଲୁଧିୟାନାର ସହାୟକ ପୁଲିସ କମିସନର୍(ଏସିପି )ବିରୋଧରେ ରବିବାର ଜଣେ ବିବାହିତ ମହିଳା ଅସଦାଚରଣର ଅଭିଯୋଗ ଆଣିଛନ୍ତି।
ପୀଡିତାଙ୍କ କହିବାନୁସାରେ, ରକ୍ଷକ ଯଦି ଭକ୍ଷକ ସାଜେ ତେବେ ସାହାଯ୍ୟ ପାଇଁ ଆମେ କାହା ପାଖକୁ ଯିବୁ। ଭାଇ ପାଖରେ ମୋର କେତେଟି ଆପତ୍ତିଜନକ ଫଟୋ ରହିଥିଲା। ଯାହାକୁ ନେଇ ଭାଇ ଓ ଭଉଣୀ ଦୁହେଁ ମୋତେ ସବୁବେଳେ ଧକମଚମକ ଦେଉଥିଲେ। ଏନେଇ ସେମାନେ ମୋ’ଠାରୁ କେତେ ଟଙ୍କା ମଧ୍ୟ ନେଇଛନ୍ତି। ତେବେ ସେମାନଙ୍କ ବିରୋଧରେ ଅଭିଯୋଗ ନେଇ ମୁଁ ଏସିପିଙ୍କ ପାଖକୁ ଆସିଥିଲି। ଭାଇ ପାଖରୁ ଯେତେବେଳେ ଏସିପି ମୋର ସେହି ଆପତ୍ତିଜନକ ଫଟୋ ଦେଖିଲେ ତାଙ୍କର ହାବଭାବ ପରିବର୍ତ୍ତନ ହୋଇଯାଇଥିଲା। ସେ ମୋତେ ଖରାପ ନଜରରେ ଦେଖିବା ଆରମ୍ଭ କରି ଦେଇଥଇଲେ। ତାଙ୍କ କଠୋରିରୁ ମୋର ପିଲାକୁ ବାହାରକୁ ପଠାଇ ଦେଇଥିଲେ ଏବଂ ମଉକାର ଫାଇଦା ଉଠାଇବାକୁ ଯାଇ ମୋ ସହ ଅସଦାଚଣ କରିଥିଲେ। ଏହାପରେ ମୁଁ ଏହି ଘଟଣା ସମ୍ପର୍କରେ ଅତିରିକ୍ତ ମହାନିର୍ଦ୍ଦେଶକ ପୁଲିସକୁ ଜଣାଇଥିଲି। ପୁଲିସ ଅନୁସନ୍ଧାନ ପରେ ଉକ୍ତ ଏସିପି ବିରୋଧରେ ମାମଲା ରୁୁଜୁ କରିଛି।
#Ludhiana ACP faces #molestation charges
Read @ANI story | https://t.co/khjNkmaFXh pic.twitter.com/AWZkgzKezg
— ANI Digital (@ani_digital) April 8, 2018