ନଅ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରିଥିବାରୁ କୋର୍ଟ ଶୁଣାଇଲେ ଫାଶୀ ଦଣ୍ଡ

ଭେପାଳ: ମଧ୍ୟପ୍ରଦେଶରେ ସାଗର ଜିଲ୍ଳାର ଜଣେ ବ୍ୟକ୍ତି ଜଣେ ୯ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗ ହୋଇଥିଲା। ଉକ୍ତ ମାମଲାର ବିଚାର କରି ମଧ୍ୟପ୍ରଦେଶ କୋର୍ଟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି।

ଗୁରୁତ୍ୱପୂର୍ଣ୍ଣ କଥା ହେଉଚଇ ମାମଲା ରୁଜୁ ହେବାର ମାତ୍ର ୪୬ ଦିନ ମଧ୍ୟରେ ଏହି ମାମଲାର ବିଚାର ଶେଷ ହୋଇଛି। ଏହି ମାମଲାର ତଦନ୍ତ କରିବା ପାଇଁ ପୁଲିସ୍‌କୁ ସମୁଦାୟ ୭୨ ଘଣ୍ଟା ସମୟ ଲାଗିଥିଲା।

ଏହି ଘଟଣାଟି ମେ ୨୧ ତାରିଖରେ ରାଜ୍ୟର ସାଗର ଜିଲ୍ଳାସ୍ଥିତ ରେହେଲି ବ୍ଲକ୍‌ର ଖମାରିଆ ଗ୍ରାମରେ ଘଟିଥିବା ଜାଣିବାକୁ ମିଳିଛି। ଘଟଣାଟିର ଘଟିବା ପରେ ପୁଲିସ୍‌ରେ ଅଭିଯୋଗ ହୋଇଥିଲା। ପୁଲିସ୍‌ ତଦନ୍ତ ଆରମ୍ଭ କରି ତୁରନ୍ତ ଅଭିଯୁକ୍ତ ସତେନ୍ଦ୍ର କୁମାର ଶୁକ୍ଳାଙ୍କୁ ଗିରଫ କରିଥିଲା। ସେହି ଘଟଣାର ବିଚାର କରି ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଦୋଷୀ ସତେନ୍ଦ୍ରଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି।

ଜଣେ ଦୁଷ୍କର୍ମକାରୀଙ୍କୁ ମୃତ୍ୟୁ ଦଣ୍ଡ ଦେବାରେ ମଧ୍ୟପ୍ରଦେଶ ପାଇଁ ଏହା ପ୍ରଥମ ଘଟଣା। ଉଲ୍ଲେଖଯୋଗ୍ୟ, ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଥିବା ସଂଶୋଧିତ ନିୟମ ଅନୁସାରେ ୧୨ ବର୍ଷ ମଧ୍ୟ ନାବାଳିକାଙ୍କୁ ଦୁଷ୍କର୍ମ କଲେ ମୃତ୍ୟୁ ଦଣ୍ଡ ଦିଆଯିବା ନ୍ୟାୟରେ ଏହି ଦଣ୍ଡାଦେଶ କରାଯାଇଛି।

ସମ୍ବନ୍ଧିତ ଖବର