ହାଇଦ୍ରାବଦ: ଏକତରଫା ପ୍ରେମରେ ଅସଫଳ ହୋଇଥିବା ତେଲେଙ୍ଗାନାର ଜଣେ ୨୬ବର୍ଷର ଯୁବକ ୨୪ବର୍ଷର ସ୍କୁଲ ଶିକ୍ଷୟିତ୍ରୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ହଭନ୍ଦ୍ରାଦି କୋଠାଗୁଡମ ଜିଲ୍ଲାରେ ନେମାଲିପତ ଗ୍ରାମରେ ବୁତୁୁକୁରୀ ପଲ୍ଲବୀ(୨୪)ଙ୍କ ପିତା ସ୍ଥାନୀୟ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ। ପଲ୍ଲବୀ ନିଜ ଘର ଖର୍ଚ୍ଚ ଉଠାଇବା ପାଇଁ ସ୍ଥାନୀୟ ଏକ ସ୍କଲକୁ ପାଠ ପଢ଼ାଇବାକୁ ଯାଏ। ଏହି ଗ୍ରାମର ଜଣେ ଯୁବକ ବି ଶ୍ରୀନିବାସ ରାଜୁ ଗତ କିଛିଦିନ ନେବ ପଲ୍ଲବୀଙ୍କୁ ଏକ ତରଫା ପ୍ରେମକରି ତାଙ୍କ ପିଛା କରି ଆସୁଥିଲା। ପଲ୍ଲବୀ ରାଜୁଙ୍କୁ ଏପରି ନକରିବାକୁ ବି ବୁଝାଇଥିଲେ। ତେବେ ନିୀକଟରେ ପଲ୍ଲବୀଙ୍କ ବିବାହ ସ୍ଥିର କରିହୋଇଯାଇଥିଲା। ଜାନୁଆରିରେ ତାଙ୍କର ନିବର୍ନ୍ଧ ହେବାର ଥିଲା।
ଏ ସମ୍ପର୍କରେ ରାଜୁ ଯେତେବେଳେ ଜାଣିଲା ସେ ଶିନିବାର ଦ୍ୱିପହରରେ ପଲ୍ଲବୀଙ୍କ ସ୍କୁଲକୁ ଯାଇ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲା। ପଲ୍ଲବୀ ସେହି ବିବାହ ପ୍ରସ୍ତାବରେ ରାଜି ନହେବାରୁ ରାଜୁ ଛୁରୀରେ ତାଙ୍କ ଗାଳକୁ କାଟି ଦେଇଥିଲା। କେବଳ ଏତିକି ନୁହେଁ ପଲ୍ଲବୀଙ୍କୁ ହତ୍ୟା କରିବା ପରେ ଗ୍ରାମର କିଛି ଦୂରକୁ ଯାଇ ନିଜେ କୀଟନାଶକ ଔଷଧ ଖାଇ ଆତ୍ମହତ୍ୟା କରିଥିଲା। ପୁଲିସ ଘଟଣା ସମ୍ପର୍କରେ ଖବର ପାଇ ମାମଲାର ଯାଞ୍ଚ କରୁଛି।