ମିସ୍‌କଲରୁ ପ୍ରେମ ! ଅଢ଼େଇ ବର୍ଷୀୟ ପିଲାର ମାଆ ଜଣେ ଯୁବକଙ୍କ ପ୍ରେମରେ ପଡ଼ି ଘରୁ ଫେରାର, ତା’ପରେ କ’ଣ ହେଲା ଜାଣନ୍ତୁ

ପାଟନା: ବିହାରର ବାଙ୍କାରେ ଏକ ମିସ୍‌ କଲକୁ ନେଇ ଜଣେ ବିବାହିତ ମହିଳା ଜଣେ ଯୁବକଙ୍କ ପ୍ରେମରେ ପଡ଼ିଯାଇଥିଲେ। ସେ ଏହି ଯୁବକଙ୍କ ପ୍ରେମରେ ଏଭଳି ପାଗଳ ହୋଇଥିଲେ କି ଘରପରିବାର ସମସ୍ତଙ୍କୁ ପଛରେ ପକାଇ ପ୍ରେମିକ ସହ ଫେରାର ହୋଇ ମନ୍ଦିରରେ ଯାଇ ବିବାହ କରିଥିଲେ। ଯୁବକ ବି ମହିଳାଙ୍କୁ ବଧୂ ବେଶରେ ଘରକୁ ନେଇ ଯାଇଥିଲା। ପ୍ରେମିକ ଓ ମହିଳାଙ୍କ ପରିବାରବର୍ଗଙ୍କୁ ଏହି କଥା ଜଣାପଡ଼ିବା ପରେ ପୁଲିସରେ ଏ ନେଇ ଅଭିଯୋଗ କରିଥିଲେ। ଏହାପରେ ପୁଲିସର ତାଗିଦ୍‌ କ୍ରମେ ଦୁହେଁ ଥାନାରେ ଆତ୍ମସମର୍ପଣ କରିଥିଲେ। ଏହି ମହିଳାଙ୍କ ଏକ ପୁତ୍ର ସନ୍ତାନ ଅଛି ଯାହାର ବୟସ ଅଢ଼େଇ ବର୍ଷ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ରଶ୍ମି (ଛଦ୍ମନାମ) ନାମକ ଜଣେ ବିବାହିତ ମହିଳା ମଇ ୧୯ ତାରିଖ ଦିନ ନିଜ ପ୍ରେମିକ ସହ ଘରୁ ଫେରାର ହୋଇଯାଇଥିଲେ। ଦେଓଘର ପହଞ୍ଚି ଦୁହେଁ ମନ୍ଦିରରେ ବିବାହ କରି କୋଲୁହା ଗ୍ରାମରେ ପହଞ୍ଚିଥିଲେ। ଏଠାରେ ପରିବାରଲୋକଙ୍କ ଅସନ୍ତୁଷ୍ଟତା ଦେଖି ଦୁହେଁ ସେଠାରୁ ପଳାଇ ପଟନାରେ  ପହଞ୍ଚିଥିଲେ।

ପ୍ରେମିକ ଯୁବକଙ୍କ କହିବାନୁସାରେ, ମୋର ଆଧାର କାର୍ଡ ନଥିବା ହେତୁ  ପୁଲିସ କଷ୍ଟୋଡିରେ ରହିଥିବା ସାଙ୍ଗର ଆଧାର କାର୍ଡ ଜରିଆରେ ସିମ୍‌ ନେଇଥିଲି। ଭୁଲରେ ଅଜଣା ନମ୍ବରକୁ କଲ କଲି। ସେ ମିସ୍‌ କଲ୍‌ରୁ ରଶ୍ମି ଓ ମୋର କଥାବାର୍ତ୍ତା ଆରମ୍ଭ ହୋଇଥିଲା। ଏମିତି କିଛିଦିନ କଥାବର୍ତ୍ତା ହେବା ପରେ ଦୁହେଁଦୁହିଁଙ୍କୁ ଭଲ ପାଇ ବସିଲୁ। ଏହାପରେ ମୁଁ ଦୁଇଥର ହାଜିପୁର ଯାଇ ପ୍ରେମିକା ରଶ୍ମିକୁ ଦେଖା କରି ମଧ୍ୟ ଆସିଛି। ଏହାପରେ ସେ ମୋତେ ବିବାହ କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ।

ଏହି ଘଟଣାକୁ ନେଇ ରଶ୍ମି କହନ୍ତି, ତିନିବର୍ଷ ପୂର୍ବେ ତାଙ୍କର ବିବାହ ହାଜିପୁରର ମନହାର ଗ୍ରାମରେ ବସବାସ କରୁଥିବା ଧର୍ମେନ୍ଦ୍ର କୁମାର ସିଂହଙ୍କ ସହିତ ହୋଇଥିଲା। ଏହାପରେ ମୋର ଅଦର୍ଶ କୁମାର ନାମରେ ଏକ ପୁତ୍ର ସନ୍ତାନ ହେଲା। ଯାହାକୁ ଏବେ ଅଢେଇ ବର୍ଷ ହୋଇଛି। ଏବେ ପ୍ରେମିକ ପ୍ରିୟାଂଶୁ ଓ ମୁଁ ସ୍ୱାମୀ ସ୍ତ୍ରୀ ହୋଇସାରିଛୁ ଏବଂ ମୋର ପୁତ୍ରକୁ ବି ମୁଁ ନିଜ ପାଖରେ ରଖିବାକୁ ଚାହୁଁଛି ବୋଲି କହିଛନ୍ତି ରଶ୍ମି।

ସମ୍ବନ୍ଧିତ ଖବର