ରାତି ଅଧରେ ପୁଅର ଶୋଇବା ଘରେ ପହଞ୍ଚି ଏପରି ଦୃଶ୍ୟ ଦେଖି ପୁଅକୁ ଜେଲ୍‌ ପଠାଇଲେ ମା’

ନ୍ୟୁୟର୍କ : ଛୋଟ ବୟସରେ ପିଲା ଦୁଷ୍ଟାମି କରିବା ଏକ ସାଧାରଣ କଥା । କାରଣ ଏହି ବୟସରେ ତାଙ୍କୁ କୌଣସି ବି କଥାର ଭୟ ନ ଥାଏ, ଯାହା ଫଳରେ ସେମାନେ ଏପରି କାମ କରିବସନ୍ତି ଯାହା କଳ୍ପନା ବି କରି ହେବ ନାହିଁ । ଆମେରିକାରେ ଘଟିଥିବା ଏପରି ଏକ ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ପୁଅର କୁକର୍ମକୁ ମା’ ନିଜେ ଧରି ତାକୁ ପୁଲିସ ହାତରେ ଦେଇଛିା ଏହି ଘଟଣା ସେହି ବାପା-ମା’ଙ୍କୁ ଉଚିତ୍‌ ଶିକ୍ଷା, ଯେଉଁମାନେ କାମର ବାହାନା କରି ନିଜ ପିଲାମାନଙ୍କ ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ଆସନ୍ତୁ ଜାଣିବା ପୂରା ଘଟଣା ବିଷୟରେ।

ଘଟଣାଟି ସେପ୍ଟେମ୍ବର ମାସର ଶେଷ ସପ୍ତାହର । ଆମେରିକାର ଏହି ମହିଳା ଦୁଇଟି ସନ୍ତାନର ଜନନୀ। ମହିଳାଙ୍କର ପ୍ରଥମ ସନ୍ତାନ ୧୪ ବର୍ଷର ସୋଲୋମନ୍‌ ଓ ଅନ୍ୟ ଜଣେ ୨ ବର୍ଷର । ଛୋଟ ଶିଶୁ ଉପରେ ଅଧିକ ଧ୍ୟାନ ଦେବା ସହ ଚାକିରି କରିବା କାରଣରୁ ୧୪ ବର୍ଷର ପୁଅ ଉପରେ ସେ ଅଧିକ ଧ୍ୟାନ ଦେଇ ପାରି ନ ଥିଲେ । ଯାହା ଫଳରେ ସେ ଖରାପ ରାସ୍ତାରେ ପାଦ ରଖିଦେଇଥିଲା । ଦିନେ ରାତିରେ ମହିଳା ଜଣଙ୍କ ନିଜର ଦୁଇ ବର୍ଷର ଶିଶୁ ଶୁଆଉଥିଲେ । ଉପର ଘରେ ତାଙ୍କ ୧୪ ବର୍ଷର ପୁଅ ଓ ସମ୍ପକୀୟ ଭଉଣୀ ଦୁହେଁ ଖେଳୁଥିଲେ। ହଠାତ୍‌ ଉପରୁ ଗପସପ ଶବ୍ଦ ବନ୍ଦ ହୋଇଯିବାରୁ ମହିଲା ଜଣଙ୍କ ଭାବିଲେ ପିଲା ଦୁହେଁ ଥକି ଯାଇ ଶୋଇପଡିଥିବେ । ସେଥି ପାଇଁ ସେ ଧୀର ପାଦରେ ଯାଇ ଘରର କବାଟ ଖୋଲି ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ । ତାଙ୍କ ପୁଅ ତା’ ଭଉଣୀ ବେକରେ ଛୁରି ଲାଗାଇ ତା’ସହ ଦୁଷ୍କର୍ମ କରୁଥିଲା, ପାଟି କଲେ ଜୀବନରୁ ମାରି ଦେବା ପାଇଁ ଧମକ ମଧ୍ୟ ଦେଉଥିଲା । ମହିଳା ଜଣଙ୍କ ଭୟଭୀତ ହୋଇ ସିଧା ତଳକୁ ଆସି ପୁଲିସକୁ ଫୋନ କରି ପୁଅକୁ ଜେଲ୍‌ ପଠାଇଥିଲେ ।

ସମ୍ବନ୍ଧିତ ଖବର