ଏଠାରେ ପ୍ରତି ଆଠ ଜଣରେ ଜଣେ ହୁଅନ୍ତି ଦୁଷ୍କର୍ମର ଶିକାର, କାହାକୁ ବିନା ଅନୁମତିରେ ତ ଆଉ କାହାକୁ ପର୍ଣ୍ଣ ଦେଖାଇ

ନୂଆଦିଲ୍ଲୀ: କ୍ଷେତ୍ରଫଳ ହିସାବରେ ୟୁରୋପର ସବୁଠାରୁ ବଡ଼ ତଥା ଦୁନିଆର ୪୩ତମ ସ୍ଥାନରେ ରହିଛି ଫ୍ରାନ୍ସ । ଫ୍ରାନ୍ସର ଆଧୁନିକ ଜୀବନ ଶୈଳୀ ବେଶ୍‌ ଚର୍ଚ୍ଚାରେ ଥାଏ। କିନ୍ତୁ ଫ୍ରାନ୍ସକୁ ନେଇ ନିକଟରେ ଏଭଳି ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଫ୍ରାନ୍ସରେ ପ୍ରତି ୮ଜଣ ମହିଳାଙ୍କ ମଧ୍ୟରୁ ଜଣେ ଜୀବନରେ କେବେ ନା କେବେ ଦୁଷ୍କର୍ମର ଶିକାର ହେବାକୁ ପଡ଼ିଛି ବୋଲି ରେପାର୍ଟ ମିଳିଛି।

ପ୍ରକାଶିକ ସୂଚନା ମୁତାବକ, ଦେଶରେ ପାଖାପାଖି ୪୦ଲକ୍ଷ ମହିଳା ଯୌନ ଶୋଷଣର ଶିକାର ହୋଇଛନ୍ତି। ଫ୍ରାନ୍ସରେ ୫୮ପ୍ରତିଶତ ମହିଳା ସ୍ୱୀକାର କରିଛନ୍ତି କି ସେମାନେ ଅସଦାଚରଣର ଶିକାର ହୋଇଛନ୍ତି। ସେହିପରି ୪୩ ପ୍ରତିଶତ ମହିଳାଙ୍କୁ ବିନା ଅନୁମତିରେ ପୁରୁଷମାନେ ଜୋରଜବରଦସ୍ତି ସ୍ପର୍ଶ କରିଛନ୍ତି ବୋଲି କହିଛନ୍ତି। କେବଳ ଏତିକି ନୁହେଁ ଅନ୍ୟ କେତେକ ମହିଳା କହନ୍ତି, ପୁରୁଷମାନେ ତାଙ୍କୁ ଆଶ୍ଳୀଳ ଭାଷା କହିବା ସହିତ ପର୍ଣ୍ଣ ସାମଗ୍ରୀ ସହିତ ଜଡ଼ିତ ଇମେଲ ଓ ମେସଜ ମଧ୍ୟ କରିଥାଆନ୍ତି।

ଏମିତି ବି ଅନେକ ମହିଳା ଅଛନ୍ତି ଯେଉଁମାନେ କି ନିଜ ଜୀବନରେ ଅନେକ ଥର ଦୁଷ୍କର୍ମର ଶିକାର ହୋଇଛନ୍ତି। ଫ୍ରାନ୍ସରେ ଜନସଂଖ୍ୟା ପାଖାପାଖି ୬.୬କୋଟି ଯାହାକି ଏହି ଦୁନିଆରେ ୧୯ମ ସ୍ଥାନରେ ରହିଛି।

ଫ୍ରାନ୍ସର ଆଇନ ଅନୁଯାୟୀ ଆପଣ ମୃତ ବ୍ୟକ୍ତିଙ୍କୁ ବି ବିବାହ କରିପାରିବେ। କେବଳ ଏତିକି ନୁହେଁ ଫ୍ରାନ୍ସ ଏକ ମାତ୍ର ଦେଶ ଯେଉଁଠାରେ ସମଲିଙ୍ଗି ବିବାହକୁ ଆଇନ ସମ୍ମତି ମିଳିଛି। ଫ୍ରାନ୍ସରେ କୌଣସି ବି ହେଟେଲରେ ଆପଣ ବଳକା ଖାଦ୍ୟ ଫୋପାଡି ପାରିବେ ନାହିଁ। ଏହି ଖାଦ୍ୟକୁ ଭୋକିଲାକୁ ଦାନ କରିବା ଅନିବାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର