ମହିଳାଙ୍କ ସହିତ ପ୍ରତାରଣା କରି ଧର୍ମ ପରିବର୍ତ୍ତନ ପାଇଁ ଚାପ ପକାଇ ବ୍ୟବସାୟୀ ଗିରଫ

ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରାରୁ ଏକ ହାଏ ପ୍ରୋଫାଇଲ ଲବ ଜିହାଦ୍ ମାମଲା ସାମ୍ନାକୁ ଆସିଛି। ଜଣେ ମହିଳା ଅଭିଯୋଗ କରିଛନ୍ତି କି ଆରିଫ ହାସମୀ ନାମକ ଜଣେ ବ୍ୟକ୍ତି ନିଜ ଧର୍ମ ଲୁଚାଇ ତାଙ୍କ ସହିତ ବନ୍ଧୁତା କରିଥିଲା। ପ୍ରତାରଣା କରି ମଥାରେ ସିନ୍ଦୂର ଦେଇ ଫଟୋ ଉଠାଇଥିଲା। ଏହି ଫଟୋକୁ ଆଧାର କରି ସେ ଧମକ ଦେବା ଆରମ୍ଭ କରି ଦେଇଥିଲା। କେବଳ ଏତିକି ନୁହେଁ, ଅଭିଯୁକ୍ତ ଦୁଷ୍କର୍ମ କରିବା ସହିତ ଧର୍ମ ପରିବର୍ତ୍ତନ ପାଇଁ ବି ଚାପ ପକାଇଥିଲା।

ମହିଳାଙ୍କ ଏହି ଅଭିଯୋଗ କ୍ରମେ ପୁଲିସ ଅଭିଯୁକ୍ତକୁ ଗିରଫ କରି ଜେଲ ପଠାଇ ଦେଇଛି। ତେବେ ପୀଡିତା ପୂର୍ବତନ ଆଇଏଏସଙ୍କ ଝିଅ ଥିବା ଜଣାପଡ଼ିଛି।

ପୀଡିତା ଅଭିଯୋଗ କରି କହିଛନ୍ତି, ସେ ଲକ୍ଷ୍ମୌର ଏକ ଭୋଜିକୁ ଯାଇଥିଲେ। ସେଠାରେ ତାଙ୍କର ଭେଟ ଆରିଫ ହାସମୀ ସହିତ ହୋଇଥିଲା। ଆରିଫ ତାର ନାମ ଆଦିତ୍ୟ ଆର୍ଯ୍ୟ ବୋଲି କହିଥିଲା। ନିଜକୁ ନିଜ ସେ ଐସବାଗରେ ଟିମ୍ବରର ଜଣେ ବଡ଼ ବ୍ୟବସାୟୀ ବୋଲି ପରିଚୟ ଦେଇଥିଲା। ଏହାପରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଯାଇଥିଲା।

ଥରେ ସେ ମଜାମଜାରେ ତାଙ୍କ  ମଥାରେ ସିନ୍ଦୂର ଦେଇଥିଲା। ଆଉ ଏହାର ଏକ ଫଟୋ ବି ତାର କ୍ୟାମେରାରେ କୈଦ କରି ନେଇଥିଲା । ଯାହାକୁ ଆଧାର କରି ସେ ବ୍ଲାକମେଲ କରିବା ଆରମ୍ଭ କରି ତାର ଜାଲରେ ଫସାଇ ଦେଇଥିଲା। କିଛିଦିନ ଗଲା ପରେ ସେ ଆରିଫର ସତ୍ୟତା ଜାଣି ଦେଇଥିଲେ। ଏହାପରେ ସେ ବିରୋଧ କରିବାରୁ ଆରିଫ ତାଙ୍କୁ ମାଡ଼ ମାରି ଧର୍ମ ପରିବର୍ତ୍ତନ ପାଇଁ ଚାପ ପକାଇଥିଲା।

 

ସମ୍ବନ୍ଧିତ ଖବର