ଏଟିଏମ୍‌ରୁ ୫୩ ହଜାର ଟଙ୍କା ଲୁଟ୍‌

ଧଉଳି : ଧଉଳି ଥାନା ଅନ୍ତର୍ଗତ ରଘୁନାଥପୁର ଗ୍ରାମର ସଙ୍ଗୀତା ବେହେରା ନାମ୍ନୀ ଜଣେ ମହିଳାଙ୍କ ଆକାଉଣ୍ଟରୁ ୫୩ ହଜାର ଟଙ୍କା ଲୁଟ୍‌ ହୋଇଯାଇଛି। ଏ ସଂପର୍କରେ ସଙ୍ଗୀତା ଆଜି ସନ୍ଧ୍ୟାରେ ଧଉଳି ଥାନାରେ ଲିଖିତ ଅଭିଯୋଗ କରିବାକୁ ଧଉଳି ଥାନାକୁ ଯାଇଥିଲେ । ହେଲେ ଘଟଣା ଉଭୟ ବାଲିଅନ୍ତା ଥାନା ଏବଂ ବାଲିପାଟଣା ସୀମା ପରିସରଭୁକ୍ତ ଅଞ୍ଚଳରେ ଘଟିଥିବାରୁ ଦାୟିତ୍ୱରେ ଥିବା ପୁଲିସ ଅଧିକାରୀ ତାଙ୍କୁ ସେଠାରେ ଥିବା ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଦୁର୍ବୃତ୍ତ ଜଣକ ୫ଟି ପର୍ଯ୍ୟାୟରେ ଟଙ୍କାସବୁ ଲୁଟି ନେଇଥିବା ସେ ଅଭିଯୋଗ କରିଛନ୍ତି। ହେଲେ ତାଙ୍କ ମୋବାଇଲ ଫୋନ୍‌ ହଜିଯିବାରୁ ସେ ବ୍ୟାଙ୍କରେ କହି ତାଙ୍କ ନାମରେ ଥିବା ଏଟିଏମ୍‌ଟିକୁ ବ୍ଲକ୍‌ କରିଦେଇଥିଲେ । ଫଳରେ ଆକାଉଣ୍ଟରେ ଆଉ ୭ ହଜାର ଟଙ୍କା ଜମା ରହି ଯାଇଥିବା ସେ ପୁଲିସ ଆଗରେ କହିଛନ୍ତି ।

ସମ୍ବନ୍ଧିତ ଖବର