ଛାତ୍ରକୁ ହତ୍ୟା କରାଯିବା ପରେ ପୁଲିସ ଏବଂ ମାତା-ପିତାକୁ ନ ଜଣାଇ ଶବଦାହ କରି ଦେଲେ ସ୍କୁଲ କର୍ମଚାରୀ

ଡେରାଡୁନ୍‌ : ଉତ୍ତରାଖଣ୍ଡର ଡେରାଡୁନ୍‌ରେ ଘଟିଛି ଲୋମଟାଙ୍କୁରାଇ ଦେବା ଭଳି ଘଟଣା । ଜଣେ ଛାତ୍ରକୁ ସ୍କୁଲର ବରିଷ୍ଠ ଛାତ୍ରମାନେ ଆକ୍ରମଣ କରିବା ପରେ ହଷ୍ଟେଲର ଓ୍ଵାର୍ଡନ ଛାତ୍ରକୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଇଥିଲେ । କିନ୍ତୁ ସେଠାରେ ଡ଼ାକ୍ତର ଛାତ୍ରକୁ ମୃତ ଘୋଷଣା କରିଥିଲେ । ଏହା ଜାଣି ପୁଲିସ ବା ମୃତ ଛାତ୍ରର ମାତା-ପିତାଙ୍କୁ ସୂଚନା ଦେବା ପରିବର୍ତ୍ତେ ସ୍କୁଲ କର୍ତ୍ତୃପକ୍ଷ ସ୍କୁଲ କ୍ୟାମ୍ପସ ମଧ୍ୟରେ ହିଁ ଶବଦାହ କରି ଦେଇଥିଲେ। ସ୍କୁଲ କର୍ତ୍ତୃପକ୍ଷଙ୍କ ଏଭଳି ଅମାନବିକ ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମାର୍ଚ୍ଚ ୧୦ରେ ଘଟଣା ଘଟିଥିବା ବେଳେ ମଙ୍ଗଳବାର ଘଟଣାଟି ସାମ୍ନାକୁ ଆସିଛି ।

indiatimes.com

ସୂଚନା ମୁତାବକ, ସ୍କୁଲର ଛାତ୍ରମାନେ ବାହାରକୁ ବୁଲି ଯାଇଥିବା ବେଳେ ମୃତ ଛାତ୍ର ବିସ୍କୁଟ ଚୋରି କରିିଥିବା କହି ଦୁଇ ବରିଷ୍ଠ ଛାତ୍ର  ଶ୍ରେଣୀଗୃହ ମଧ୍ୟରେ ବ୍ୟାଟ୍‌ ସାହାଯ୍ୟରେ ଆକ୍ରମଣ କରିଥିଲେ । ରକ୍ତାକ୍ତ ଅବସ୍ତାରେ ପୀଡ଼ିତଙ୍କୁ ଦୁହେଁ ଛାଡ଼ି ଚାଲିଯିବାର ଘଣ୍ଟାଏ ପରେ ହଷ୍ଟେଲର ଓ୍ଵାର୍ଡନ ଆସି ପୀଡ଼ିତଙ୍କୁ ଡ଼ାକ୍ତରଖାନା ନେଇଥିଲେ । କିନ୍ତୁ ସେଠାରେ ଡ଼ାକ୍ତର ପୀଡ଼ିତଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଯାହା ପରେ ଓ୍ଵାର୍ଡନ ସମେତ ଖେଳ ଶିକ୍ଷକ ଏବଂ ହଷ୍ଟେଲ ମ୍ୟାନେଜର ମିଶି  ସ୍କୁଲ କ୍ୟାମ୍ପସ ଭିତରେ ଶବଦାହ କରି ଦେଇଥିଲେ । ଘଟଣାଟି ସାମ୍ନାକୁ ଆସିବା ପରେ ପୁଲିସ ୫ଜଣଙ୍କ ନାଁରେ ଏତଲା ରୁଜୁ କରି ସେମାନଙ୍କୁ ଖୋଜିବା ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର