ଘରମାଲିକଙ୍କୁ ଆକ୍ରମଣ ଘଟଣା, ସହାୟିକା ଗିରଫ

ପୁରୁଣା ଭୁବନେଶ୍ବର: ଏୟାର ଫିଲ୍‌ଡ ଥାନା ନିକଟ ଏକ ଘରେ ଜଣେ ବରିଷ୍ଠ ନାଗରିକଙ୍କୁ ଆକ୍ରମଣ ଘଟଣା‌‌ରେ ପୁଲିସ ଆକ୍ରମଣକାରୀ ମହିଳା ସହାୟିକାକୁ ଗିରଫ କରିଛି। ସେ ହେଲେ, ସେହି ଥାନା ଅଧୀନ ସୁନ୍ଦରପଦା ପେଟ୍ରୋଲ ପମ୍ପ ଗଳି ନିକଟରେ ରହୁଥିବା ମୋଇନା ପାତ୍ର(୨୨)। ପୁଲିସ ସୂଚନା ଅନୁଯାୟୀ ଥାନା ନିକଟ ପ୍ଲଟ୍‌ ନଂ. ଏଚ୍‌ଆଇଜି ୧/୬ରେ ରହୁଥିବା ଧରଣୀଧର ରାଉତରାୟ(୯୦)ଙ୍କ ଘରେ ସହାୟିକା ଭାବେ କାମ କରିବାକୁ ଶୁକ୍ରବାର ମୋଇନା ଆସିଥିଲା। ଧରଣୀଧର ମନା କରିବାରୁ ସେ ତାଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲା। ଏନେଇ ଧରଣୀଧରଙ୍କ ବଡ଼ପୁଅ ଶୁଭ୍ରକାନ୍ତ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର