କରୋନା ସଂକ୍ରମଣରୁ ମୁକ୍ତି ମିଳିବ ବୋଲି କହି ନକଲି ଔଷଧ ତିଆରି କରି ବିକୁଥିବା ଦୋକାନୀକୁ ଗିରଫ କଲା ପୁଲିସ
ତିରୁଅନନ୍ତପୁରମ: ନିୟମ ଉଲ୍ଲଂଘନ କରୁଥିବା ତଥା ନୋବେଲ କରୋନାଭାଇରସ୍ ବିଷୟରେ ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କେରଳ ପୁଲିସ ରାଜ୍ୟରେ ଅନେକ ଲୋକଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଜଣେ ବ୍ୟକ୍ତି ନକଲି ଔଷଧ ବିକ୍ରି କରୁଥିଲେ ବୋଲି ଜଣା ପଡିଛି | ଭୂତାଣୁ ପ୍ରଭାବିତ ଲୋକ ଏହି ଔଷଧ ଖାଇଲେ ଆରୋଗ୍ୟ ଲାଭ କରିବେ ବୋଲି କହି ଅଭିଯୁକ୍ତଜଣକ ଲୋକଙ୍କୁ ଔଷଧ ବିକ୍ରି କରୁଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଅଭିଯୁକ୍ତଜଣକ କାସାରାଗୋଡରେ ରହୁଥିବା ୪୯ବର୍ଷିୟ ହାମସା ବୋଲି ଚିହ୍ନଟ କରାଯାଇଛି | ନକଲି ଔଷଧ ପାଇଁ ଅର୍ଡର ନେଇଥିବା ବେଳେ ଏହାକୁ ବିକ୍ରି କରିବା ପୂର୍ବରୁ ଅଭିଯୁକ୍ତକୁ ଗିରଫ କରିଥିଲା ପୁଲିସ। ହାମସା ପୁଥୁରର ମୂଳ ବାସିନ୍ଦା ହୋଇଥିବା ବେଳେ ସେ ଚଲାଇରେ ରୁହନ୍ତି | ପୁଲିସର ସୂଚନାନୁସାରେ ଔଷଧକୁ ଅଦା, ରସୁଣ, ବିରିୟାନି ମସାଲା ଏବଂ ପାଣିର ମିଶ୍ରଣ ପ୍ରସ୍ତୁତ କରାଯାଇଥିଲା। କିନ୍ତୁ ହାମସା ଔଷଧକୁ ତିଆରି କରି ଏହାକୁ ବିକ୍ରି କରିବା ପୂର୍ବରୁ ପୁଲିସ ତାଙ୍କୁ ଗିରଫ କରିଥିଲା|
ସେହିଭଳି ଭାବରେ ଶନିବାର ସନ୍ଧ୍ୟାରେ ତିରୁବନନ୍ତପୁରମର ପାଲୋଡ ପୁଲିସ ମଧ୍ୟ ୟୁଏଇରୁ ଫେରିଥିବା ଜଣେ ବ୍ୟକ୍ତିଙ୍କୁ ହେପାଜତକୁ ନେଇଥିବା ଜଣାପଡିଛି | ପେରିଙ୍ଗାମାଲା ନିକଟସ୍ଥ ଥେନୁରର ମୂଳ ବାସିନ୍ଦା ୫୪ବର୍ଷ ବୟସ୍କ ବ୍ୟକ୍ତି ମାର୍ଚ୍ଚ ୧୧ରେ ୟୁଏଇରୁ ଫେରି ଆସିଥିଲେ। ବ୍ୟକ୍ତିଜଣକୁ ଘରେ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସତ୍ୱେ ସେ ବାହାରେ ବୁଲାବୁଲି କରୁଥିଲେ। ଯାହା ପାଇଁ ପୁଲିସ ତାଙ୍କୁ ହେପାଜତକୁ ନେଇଥିବା ଜଣା ପଡିଛି|