ବ୍ଲକିଂ ବେଳେ ଧରାପଡ଼ିଲା ଚୋର

ପୁରୁଣା ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ଥାନା ପକ୍ଷରୁ ଗତକାଲି ରାତିରେ ବ୍ଲକିଂ ଚାଲିଥିବା ବେଳେ ଜଣେ ଚୋର ଧରାପଡ଼ିଛି। ଅଭିଯୁକ୍ତ ଜଣକ ହେଲା ସେହି ଥାନା ଅଧୀନ ନାଗେଶ୍ବର ଟାଙ୍ଗିର ଶିବରାମ ନାୟକ(୨୨)। ପୁଲିସ ତା’ ନିକଟରୁ ଗୋଟିଏ ଚୋରା ମୋବାଇଲ୍‌, ୪ଟି ଏଟିଏମ୍‌ କାର୍ଡ, ୩ଟି ଆଧାର କାର୍ଡ ଜବତ କରିଛି। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର