ରାଜଧାନୀରୁ ୨ ଜଣଙ୍କୁ ଗିରଫ କରି ରିମାଣ୍ଡରେ ନେଲା ଦିଲ୍ଲୀ ପୁଲିସ

ବ୍ୟାଙ୍କ୍‌ରୁ ଦେଢ଼ କୋଟି ଟଙ୍କା ଠକେଇ

ଭୁବନେଶ୍ୱର : ଜାଲିଆତି କରି ଦିଲ୍ଲୀସ୍ଥିତ ଆଇସିଆଇସିଆଇ ବ୍ୟାଙ୍କରୁ ଦେଢ଼ କୋଟି ଟଙ୍କା ଠକେଇ ଅଭିଯୋଗରେ ଦିଲ୍ଲୀ ଲଜପତ ନଗର ଥାନା ପୁଲିସ ଗତକାଲି ରାଜଧାନୀରୁ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଜୟଦେବବିହାରର ବିଭାସ ପରିଡ଼ା(୪୫) ଓ ରଙ୍ଗମାଟିଆ ଅଞ୍ଚଳରୁ ବୁଦ୍ଧଦେବ ଭଞ୍ଜ(୫୨)। ଆଜି ଉଭୟଙ୍କୁ ସ୍ଥାନୀୟ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ପରେ ଦିଲ୍ଲୀ ପୁଲିସ ୩ ଦିନିଆ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ନେଇଥିବା ଜଣାପଡ଼ିଛି।

ପୁଲିସ ସୂଚନା ମୁତାବକ, ଗତ ସେପ୍ଟେମ୍ବର ମାସରେ ବିଭାସ, ବୁଦ୍ଧଦେବ ଓ ସେମାନଙ୍କ ୫ଜଣ ସହଯୋଗୀ ଯୋଜନାବଦ୍ଧଭାବେ ଦିଲ୍ଲୀ ଲଜପତନଗର ଥାନା ଅଞ୍ଚଳରେ ଏକ ଅଫିସ୍‌ କରିଥିଲେ। ଆଉ ସେଠାରେ ଥିବା ଆଇସିଆଇସିଆଇ ବ୍ୟାଙ୍କ୍‌ରୁ ଜାଲିଆତି କରି ଏକ କୋଟି ୫୪ଲକ୍ଷ ଟଙ୍କା ନେଇ ଯାଇଥିଲେ। ବ୍ୟାଙ୍କ କର୍ତୃପକ୍ଷ ଜାଣିବା ପରେ ଏହା ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ପୂର୍ବରୁ ୩ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗତକାଲି ନୂଆପଲ୍ଲୀ ଓ ସହିଦନଗର ଥାନା ପୁଲିସ ସହଯୋଗରେ ଦିଲ୍ଲୀ ପୁଲିସ ବିଭାସ ଓ ବୁଦ୍ଧଦେବକୁ ଗିରଫ କରିଥିଲା। ଆସନ୍ତାକାଲି ସେମାନଙ୍କୁ ଦିଲ୍ଲୀ ନିଆଯିବ ବୋଲି ନୂଆପଲ୍ଲୀ ଥାନା ଆଇଆଇସି ସଂଗ୍ରାମ ପଟ୍ଟନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର