୨ ଲୁଟେରା ଗିରଫ, ମୋବାଇଲ୍‌ ଓ ଟଙ୍କା ଜବତ

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ଶ୍ବଶୁର, ଶାଶୁ ଓ ସ୍ବାମୀ ଗିରଫ

ଭୁବନେଶ୍ବର : ଲୁଟ୍‌ପାଟ୍‌ ଅଭିଯୋଗରେ ରେଳବାଇ ଥାନା ପୁଲିସ ୨ଲୁଟେରାଙ୍କୁ ଗିରଫ କିରିଛି। ପୁଲିସ ସେମାନଙ୍କଠାରୁ ୨ଟି ମୋବାଇଲ୍‌ ଓ ୪ ହଜାର ଟଙ୍କା ଜବତ କରିଛି। ସେମାନେ ହେଲେ ଖାରବେଳନଗର ଅଞ୍ଚଳର ଶିବ ପ୍ରସାଦ ସାହୁ(୩୦) ଓ ଶୁକଦେବ ସିଂହ(୨୫। ଶନିବାର ରାତି ପ୍ରାୟ ୯ଟା ସମୟରେ ଅଜୟ କୁମାର ଭୋଇ ନାମକ ଜଣେ ରେଲୱେ କର୍ମଚାରୀ ଖୋର୍ଦ୍ଧା ଯିବା ପାଇଁ ଟ୍ରେନ୍‌କୁ ଅପେକ୍ଷା କରିଥିଲେ। ଏହି ସମୟରେ ଚତୁରତାର ସହ ଶିବ ଓ ଶୁକଦେବ ତାଙ୍କ ବ୍ୟାଗ୍‌କୁ ନେଇଯାଇଥିଲେ। ବ୍ୟାଗ୍‌ ଚୋରି କରୁଥିବା ଦେଖି ଅଜୟ ପାଟି କରିଥିଲେ। ସେଠାରେ ଥିବା ଆର୍‌ପିଏଫ୍‌ ପୁଲିସ ଉଭୟଙ୍କୁ କାବୁ କରିଥିଲା। ସେମାନଙ୍କୁ ଥାନାକୁ ଆଣିବା ପରେ ସମସ୍ତ ଜିନିଷ ଜବତ କରାଯାଇଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁକରି ଉଭୟଙ୍କୁ କୋର୍ଟ ଚାଲାଣ କରିଛି।

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ଶ୍ବଶୁର, ଶାଶୁ ଓ ସ୍ବାମୀ ଗିରଫ

ଭୁବନେଶ୍ବର : ୟୁନିଟ୍‌-୩ ସ୍ଥିତ ହୋଟେଲ୍‌ ଏଚ୍‌ଏଚ୍‌ଆଇ ଅଞ୍ଚଳ ଟିକି ବେହେରା(୨୨)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଖାରବେଳନଗର ଥାନା ପୁଲିସ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ମହିଳାଙ୍କ ସ୍ବାମୀ ପ୍ରକାଶ ଚନ୍ଦ୍ର ବେହେରା(୨୧), ଶ୍ବଶୁର ମହେଶ୍ବର ବେହେରା(୫୫) ଏବଂ ଶାଶୁ ସୌଦାମିନୀ ବେହେରା(୪୫)। ଦେଢ଼ ବର୍ଷ ତଳେ ଟିକି ପ୍ରକାଶଙ୍କୁ ପ୍ରେମ ବିବାହ କରିଥିଲେ। ଶାଶୁଘର ଲୋକେ ଯୌତୁକ ପାଇଁ ବିଭିନ୍ନ ସମୟରେ ତାଙ୍କୁ ନିର୍ଯାତନା ଦେଇ ଆସୁଥିଲେ। ଶୁକ୍ରବାର ରାତିରେ ପ୍ରକାଶ ଓ ଟିକିଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରଦିନ ସକାଳେ ଟିକିଙ୍କ ମୃତ୍ୟୁ ହୋଇଥିଲା। ଟିକିଙ୍କୁ ଶାଶୁଘର ଲୋକେ ଯୌତୁକ ପାଇଁ ହତ୍ୟା କରିଛନ୍ତି ବୋଲି ଟିକିଙ୍କ ମା’ ଜାନକୀ ନାୟକ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର