୪ ନମ୍ବର ମାଛ ମାର୍କେଟରୁ ୩ ଜୁଆଡ଼ି ଗିରଫ

୪୬ ହଜାର ଟଙ୍କା,୨ ବାଇକ୍‌,୩ ମୋବାଇଲ୍‌ ଫୋନ୍‌ ଓ ତାସ୍‌ ଜବତ

ଭୁବନେଶ୍ୱର: ଆଜି ୟୁନିଟ୍‌-୪ ମାଛମାର୍କେଟ ଅଞ୍ଚଳରେ ଚାଲିଥିବା ଏକ ଜୁଆ ଆଡ଼ା ଉପରେ ଖାରବେଳନଗର ଥାନା ପୁଲିସ ଚଢ଼ାଉ କରି ୩ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନେ ୟୁନିଟ୍‌-୯ ଅଞ୍ଚଳର ମନୋଜ କୁମାର ସୁବୁଦ୍ଧି(୪୮), ଶାସ୍ତ୍ରୀନଗର ଅଞ୍ଚଳର ରମେଶ ଚନ୍ଦ୍ର ମହାନ୍ତି(୫୩) ଓ ୟୁନିଟ୍‌-୪ ଅଞ୍ଚଳର ତରୁଣ ବିଶ୍ୱାଳ(୪୦)। ପୁଲିସ ସେମାନଙ୍କଠାରୁ ୪୬ ହଜାର ୫୦୦ଟଙ୍କା, ୨ଟି ବାଇକ୍‌, ୩ଟି ମୋବାଇଲ୍‌ ଫୋନ୍‌ ଓ ୨ହଳ ତାସ୍‌ ଜବତ କରିଛି। ପୁଲିସ ସୂଚନା ମୁତାବକ, ମଙ୍ଗଳବାର ସନ୍ଧ୍ୟା ସମୟରେ ୟୁନିଟ୍‌-୪ ସ୍ଥିତ ମାଛ ମାର୍କେଟ ନିକଟରେ ଥିବା ଏକ ଘରେ ଜୁଆ ଖେଳ ଚାଲିଥିବା ପୁଲିସ ଜାଣିବାକୁ ପାଇଥିଲା। ପୁଲିସର ଏକ ଟିମ୍‌ ତୁରନ୍ତ ସେଠାରେ ପହଞ୍ଚି ଚଢ଼ଉ କରିଥିଲା। ପୁଲିସକୁ ଦେଖି ସେଠାରେ ଥିବା ଜୁଆଡ଼ିମାନେ ଘଟଣାସ୍ଥଳରୁ ଫେରାର୍‌ ହେବାକୁ ଉଦ୍ୟମ କରିଥିଲେ। ତେବେ ପୁଲିସ ସେଠାରୁ ମନୋଜ, ରମେଶ ଓ ତରୁଣ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନେ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ମନୋଜ, ରମେଶ ଓ ତରୁଣକୁ ଅଟକ ରଖି ପଚରା ଉଚରା କରୁଛି। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୁଲିସ ତନାଘନା ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର