ରକ୍ଷକ ସାଜିଲେ ଭକ୍ଷକ ! ମଥୁରାରେ ବିଦେଶିନୀଙ୍କ ସହ ଦୁଷ୍କର୍ମ କଲେ ୨ ପୁଲିସକର୍ମୀ

ମଥୁରା : ରକ୍ଷକ ସାଜିଲା ଭକ୍ଷକ । ନିଜର କର୍ତ୍ତବ୍ୟ ଭୁଲି ଅପରାଧୀ ଭଳି କାମ କରିଛି ପୁଲିସ । ଉତ୍ତରପ୍ରଦେଶର ମଥୁରାରେ ପୁଲିସ ବର୍ଦିରେ କଳଙ୍କ ଲାଗିଛି । ଜଣେ ବିଦେଶିନୀଙ୍କୁ ଦୁଇ ପୁଲିସକର୍ମୀ ଦୁଷ୍କର୍ମ କରିବା ଭଳି ଖବର ଏବେ ଦେଶବାସୀଙ୍କୁ ଲଜ୍ଜିତ କରିଛି । ପୀଡ଼ିତା କିର୍ଗିଜସ୍ତାନର ବାସିନ୍ଦା ହୋଇଥିବା ବେଳେ ଭାରତ ଆସି ଉତ୍ତରପ୍ରଦେଶର ହାଥ୍‌ରସରେ ରହୁଥିବା ଜଣେ ଯୁବକଙ୍କୁ ବିବାହ କରିଥିଲେ । ବିବାହ ପରେ ତାଙ୍କୁ ଭାରତୀୟ ନାଗରିକତା ପାଇବା ପାଇଁ ପୀଡ଼ିତାଙ୍କୁ ନିଜ ଭିସାର ସମୟ ଅବଧି ବଢ଼ାଇବାକୁ ପଡ଼ିଥିଲା ।

Related image
economictimes.indiatimes.com

ସୂଚନା ମୁତାବକ, ଭିସାର ଅବଧି ବଢ଼ାଇବା ପାଇଁ ସେ ଅଭିଯୁକ୍ତ ପୁଲିସକର୍ମୀଙ୍କୁ ଭେଟିଥିଲେ । ଏହା ପରେ ପୁଲିସକର୍ମୀଜଣଙ୍କ ପୀଡ଼ିତାଙ୍କୁ ଭିସା ଅବଧି ବଢ଼ାଇବା ପାଇଁ ଲକ୍ଷ୍ନୌ ଆସିବା ପାଇଁ କହିଥିଲେ । ପୀଡ଼ିତା ପୁଲିସକର୍ମୀଙ୍କ ସହ ଲକ୍ଷ୍ନୌ ଯିବା ପରେ ଅଭିଯୁକ୍ତ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିବା ସହ ଭିଡିଓ ଉତ୍ତୋଳନ କରିଥିଲେ । ଏ ନେଇ ପୁଲିସରେ ଅଭିଯୋଗ କଲେ ଭିଡିଓ ଭାଇରାଲ କରିଦେବାର ଧମକ ଦେଇଥିଲେ ଅଭିଯୁକ୍ତ ପୁଲିସକର୍ମୀ । ପରେ ଭିଡିଓ ଭାଇରାଲ କରିବାର ଧମକ ଦେଇ ଅଭିଯୁକ୍ତ ଓ ତାଙ୍କର ଜଣେ ବନ୍ଧୁ ମଥୁରାର ଏକ ହୋଟେଲରେ ପୀଡ଼ିତାଙ୍କ ସହ ପୁଣି ଦୁଷ୍କର୍ମ କରିଥିଲେ । ତେବେ ନିଜକୁ ବଞ୍ଚାଇ ପୀଡ଼ିତା ସେଠାରୁ ଖସି ଆସିବା ସହ ପୁଲିସରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଏବେ ଦୁଇ ଜଣଙ୍କ ବିରୋଧରେ ଏତଲା ରୁଜୁ କରିବା ସହ ଦୁଇଜଣଙ୍କୁ ଅଟକ ରଖିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର