ଭୁବନେଶ୍ୱର ପିଏଚ୍‌ଡି ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢଉ 

 କୋଟିଏ ୧୬ ଲକ୍ଷର ସଂପତ୍ତି ଠାବ  

କଟକ : ଭୁବନେଶ୍ୱର ପିଏଚ୍‌ଡି-୨ର ସହକାରୀ ନିର୍ବାହୀ ଯନ୍ତ୍ରୀ ପି. ପ୍ରଦୀପ କୁମାର ପାତ୍ରଙ୍କ ଆୟବର୍ହିଭୂତ ସଂପତ୍ତି ଠାବ ପାଇଁ ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଛ। ଆଜି ଶ୍ରୀ ପାତ୍ରଙ୍କ ଭୁବନେଶ୍ୱର ୟୁନିଟ୍‌-୯ରେ ଥିବା ସରକାରୀ କ୍ୱାର୍ଟର, ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ଥିବା ୩ ମହଲା କୋଠା, ବ୍ରହ୍ମପୁର ନୀଳକଣ୍ଠ ନଗରରେ ଥିବା ଗୋଟିଏ ମହଲା କୋଠା, ବ୍ରହ୍ମପୁର ନୀଳକଣ୍ଠ ନଗରରେ ଥିବା ସଂପର୍କୀୟଙ୍କ ଘର, ଆସ୍କାରେ ଥିବା ପୈତୃକ ଘର, ଭୁବନେଶ୍ୱରରେ ଥିବା ଶ୍ରୀ ପାତ୍ରଙ୍କ ଅଫିସରେ ଭିଜିଲାନ୍ସ ଏକ ସମୟରେ ଚଢଉ କରିଥିଲା। ଶ୍ରୀ ପାତ୍ରଙ୍କ ନାମରେ ଭୁବନେଶ୍ୱର ଶୈଳଶ୍ରୀ ବିହାର, ବ୍ରହ୍ମପୁର ନୀଳକଣ୍ଠ ନଗର, ବ୍ରହ୍ମପୁର ଲୋଚାପଡ଼ା, ଭାବିନିପୁରରେ ପ୍ଲଟ୍‌ ଥିବା ଜଣା ପଡିଛି। ସେ ପୁଅ ନାମରେ କିଷାନ ବିକାଶ ପତ୍ରରେ ୧ ଲକ୍ଷ ୯୫ ହଜାର ଟଙ୍କା ବିନିଯୋଗ କରିଛନ୍ତି। ଜୀବନ ବୀମାରେ ୧୯ ଲକ୍ଷ ୭୦ ହଜାର, ବିଭିନ୍ନ ବ୍ୟାଙ୍କରେ ୬ ଲକ୍ଷ ୮୧ ହଜାର ଟଙ୍କା ଜମା ଥିବା ବେଳେ ତାଙ୍କ ପାଖରୁ ୧୬ ତୋଳା ସୁନା ଓ ରୁପା ଅଳଙ୍କାର ମିଳିଛି। ଏହା ବ୍ୟତୀତ ଚଢଉ ସମୟରେ ୮୧ ହଜାର ଟଙ୍କା କ୍ୟାସ ମିଳିଛି। ଏଯାବତ ମିଳିଥିବା ସଂପତ୍ତିର ମୂଲ୍ୟ ୧ କୋଟି ୧୫ ଲକ୍ଷ ୮୮ ହଜାର ୯୦୭ ଟଙ୍କା ବୋଲି ଭିଜିଲାନ୍ସ ପକ୍ଷରୁ ଆକଳନ କରାଯାଇଛି।

ସମ୍ବନ୍ଧିତ ଖବର