ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କଲେ ମହିଳା, ମୋଦୀଙ୍କୁ ଚିଠି ଲେଖି ମାଗିଥିଲେ ଏଭଳି ସାହାଯ୍ୟ

ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରାସ୍ଥିତ ବିଦ୍ୟାପୁରମ୍ କଲୋନିରେ ବସବାସ କରୁଥିବା ଜଣେ ମହିଳା ଦେଶୀ ବନ୍ଧୁକରେ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି। ଜବତ ହୋଇଥିବା ତିନି ପୃଷ୍ଠାର ନୋଟରୁ ମୃତ ମହିଳାଙ୍କ ନାମ ମୋନା ଦ୍ୱିବେଦୀ (୩୦) ବୋଲି ଜଣାପଡ଼ିଛି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି “ସେମାନଙ୍କ ଘରେ ମହିଳାଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଅନୁରୋଧ କରିଥିଲେ।

ପ୍ରକାଶିତ ରିପୋର୍ଟ ମୁତାବକ, ଦ୍ୱିବେଦୀ ନିଜ କୋଠରୀ ଭିତରେ ପଶି ଭିତରୁ ଲକ କରି ଶୁକ୍ରବାର ଦିନ ପ୍ରାୟ ୧୦ ଟା ସମୟରେ ଦେଶ ନିର୍ମିତ ବନ୍ଧୁକରେ ଛାତିରେ ଗୁଳି ମାରି ଆତ୍ମହତ୍ୟା କରିଥିଲେ। ବନ୍ଧୁକ ଫୁଟିବା ଶବ୍ଦ ଶୁଣି ଘରର ଅନ୍ୟସଦସ୍ୟ ମୋନାଙ୍କ କୋଠରୀକୁ ଦୌଡ଼ି ଯାଇଥିଲେ। କବାଟ ଖୋଲିବା ପରେ ସେମାନେ କୋଠରୀ ଭିତରେ ମୋନାଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥା ଦେଖିଥିଲେ। ଚିକିତ୍ସା ପାଇଁ ପରିବାରଲୋକ ତାଙ୍କୁ ଡାକ୍ତରଖାନାକୁ ନେଇଯାଇଥିଲେ ହେଲେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ।

ଏଭଳି ପଦକ୍ଷେପ ନେବା ପୂର୍ବରୁ ମୋନା ନିଜ ମୋବାଇଲ୍ ଫୋନରେ ତାଙ୍କ ପରିବାର ସଦସ୍ୟଙ୍କୁ ଏକ ତିନି ପୃଷ୍ଠାର ନୋଟ୍ ପଠାଇଥିଲେ। ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନୁରୋଧ କରିଥିଲେ କି, ତାଙ୍କ ଘରେ ମହିଳାଙ୍କ ସୁରକ୍ଷା ନିଶ୍ଚିତ କରନ୍ତୁ। ସେ ନିଜ ଦିଅର ପଙ୍କଜ ଏବଂ ଅନୁଜଙ୍କୁ ଦାୟୀ କରିଛନ୍ତି।

ମୋନା ଦ୍ୱିବେଦୀ କହିଛନ୍ତି, “ଶାସକ ଦଳ ସହ ଜଡିତ ଅନୁଜ ଏବଂ ପଙ୍କଜ ମୋତେ ମାଡ଼ ମାରୁଥିଲେ। ପିଲାଦିନରୁ ମୋ ମା’ଙ୍କର ମୃତ୍ୟୁ ହୋଇ ଯାଇଥିଲା ବେ‌ଳେ ମୋ ବାପା ଜଣେ ମଦ୍ୟପ ଥିଲେ | ଯଦି ମୁଁ ମୋର ଦୁଃଖ କାହାକୁ କହିବି ତେବେ ସେମାନେ ମୋତେ ହତ୍ୟା କରିବେ ବୋଲି ଧମକ ଦେଇଥିଲେ।  ମୋର ୧୬ ବର୍ଷ ବୟସରେ ବିବାହ  ହୋଇଥିଲା। ଶାଶୁ ମୋତେ ବାରମ୍ବାର ନିର୍ଯାତନା ଦେଉଥିଲେ। କିନ୍ତୁ ମୁଁ ସେମାନଙ୍କ ବିରୋଧରେ କୌଣସି ଅଭିଯୋଗ  କରିପାରୁ ନଥିଲି। କାରଣ ଭୟ କରୁଥିଲି ଯଦି ଏସବୁ ବିଷୟରେ ମୁହଁ ଖୋଲେ ତେବେ ସ୍ବାମୀ ମୋତେ ଛାଡ଼ି ଦେଇ ଚାଲିଯିବେ।

ସମ୍ବନ୍ଧିତ ଖବର