ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ଯୁବକ ଗିରଫ

ଭୁବନେଶ୍ବର: ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଏୟାରଫିଲ୍ଡ ଥାନା ପୁଲିସ ଆଜି ଜଣେ ଯୁବକକୁ ଗିରଫ କରିଛି। ମୃତ ମହିଳା ଜଣଙ୍କ ଯୁବକଙ୍କ ପିଉସୀ ବୋଲି ଜଣାପଡ଼ିଛି। ମହିଳାଙ୍କ ସ୍ବାମୀଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ଗିରଫ ଯୁବକ ଜଣଙ୍କ ହେଲେ ପଳାସପଲ୍ଲୀ ଅଞ୍ଚଳର ଗୋପାଳ ସେଠୀ(୨୨)। ପୁଲିସ ସୂଚନା ଅନୁଯାୟୀ ଗୋପାଳଙ୍କ ବାପା ଓ ପିଉସୀ ପଦ୍ମାଳୟା ସେଠୀ ଏକାଠି ରହୁଥିଲେ। ପିତୃ ସମ୍ପତ୍ତିକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ପଦ୍ମାଳୟା ଗର୍ଭବତୀ ଥିବା ଗତ ଅଗଷ୍ଟ ମାସ ୨୪ ତାରିଖରେ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ଏନେଇ ପଦ୍ମାଳୟାଙ୍କ ସ୍ବାମୀ ଥାନାରେ ଅଭିଯୋଗ କରିଥିଲେ ଯେ ତାଙ୍କ ପତ୍ନୀଙ୍କୁ ହତ୍ୟା କରାଯାଇଛି। ଆଜି ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ ଗୋପାଳକୁ ଗିରଫ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର