ମା’ ଲୋକେଶ୍ବରୀ ମନ୍ଦିରରୁ ମା’ଙ୍କ ମୁକୁଟ ଓ ତ୍ରିଶୂଳ ଚୋରି

ଜୟପୁର: ଜୟପୁର ସହରରେ ଦିନକୁ ଦିନ ଚୋରି ବଢ଼ିବାରେ ଲାଗିଛି। କେବେ ବାଇକ ଚୋିରି ହେଉଛି ତ ଆଉ କେବେ ଘରେ ପଶି ଟଙ୍କା ସୁନା ଲୁଟି ନେଉଛନ୍ତି। ଲଗାତାର ଭାବେ ଗୋଟିଏ ପରେ ଗୋଟିଏ ଚୋରି ହେଉଥିବା ବେଳେ ସେହି ଅନୁପାତରେ ଅଭିଯୁକ୍ତ ଧରାପଡୁନାହାନ୍ତି। ବିଭିନ୍ନ ସ୍ଥାନରୁ ଦୁର୍ବୁତ୍ତମାନେେ ଚୋରି କରୁଥିବା ବେଳେ ଏବେ ମନ୍ଦିରକୁ ମଧ୍ୟ ବାଦ୍ ଦେଇନାହାନ୍ତି। ଜୟପୁର ସହରର ଲାଲ୍ ସାହି ସ୍ଥିତ ମା’ ଲୋକେଶ୍ବରୀ ମନ୍ଦିରରୁ ମା’ଙ୍କ ରୂପା ମୁକୁଟ, କମରପଟି, ତ୍ରିଶୂଳ ସମେତ ଅଳଙ୍କାର ଓ ବହୁ ସାମଗ୍ରୀ ଚୋରି କରି ନେଇଛନ୍ତି। ଏନେଇ ଜୟପୁର ଟାଉନ ଥାନାରେ ଅଭିଯୋଗ ଦିଆଯାଇଥିବା ବେଳେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଥିସହ କୋରାପୁଟର ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଘଟଣାର ତନାଘନା କରିଛନ୍ତି।

ସୂଚନାଯୋଗ୍ୟ, ସବୁଦିନ ଭଳି ଗତକାଲି ମଧ୍ୟ ପୂଜକ ମା’ଙ୍କ ମନ୍ଦିର ବନ୍ଦ କରି ଘରକୁ ଯାଇଥିଲେ। ମନ୍ଦିର ପୂଜକ ବାଲାଜି ମିଶ୍ର ଆଜି ସକାଳୁ ଆସି ଦେଖିବା ବେଳକୁ ମନ୍ଦିରର ଦକ୍ଷିଣ ଦ୍ବାରା ଗ୍ରୀଲ ଖୋଲା ଥିବା ବେଳେ ଆଲମିରା ମଧ୍ୟ ଖୋଲାଥିଲା। ଏହାପରେ ମନ୍ଦିର ମୁଖ୍ୟ କବାଟ ଖୋଲି ଦେଖିବା ବେଳକୁ ଗର୍ଭ ଗୃହର ଗ୍ରୀଲକୁ ତାଡି ବଙ୍କା କରିଦେଇଛନ୍ତି। ମା’ ପିନ୍ଧିଥିବା ରୂପା ମୁକୁଟ, ରୂପା କମରପଟି, ବିଭିନ୍ନା ଧାତୁରେ ତିଆରି ଅଳଙ୍କାର ଓ ତ୍ରିଶୂଳ ସହ ବିଭିନ୍ନ ସାମଗ୍ରୀ ଚୋରି କରି ନେଇଛନ୍ତି। ଏନେଇ ମନ୍ଦିର ପରିଚାଳନା କମିଟି ଜୟପୁର ଟାଉନ ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି। ଅଭିଯୋଗକୁ ଭିତ୍ତି କରି ଟାଉନ ଥାନା କେଶ୍ ନଂ ୧୫୬/୨୧ ମାମାଲା ଅନୁଯାୟୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଥିସହ କୋରାପୁଟରୁ ସାଇଣ୍ଟିଫିକ୍ ଟିମ୍ ଆସି ବିଭିନ୍ନ ଚିହ୍ନ ସଂଗ୍ରହ କରିଥିବା ବେଳେ ସନ୍ଧାନୀ କୁକୁର ତନାଘନା କରିଛନ୍ତି। ଘଟଣାର ତଦନ୍ତ ଏଏସ୍ଆଇ ବିଡିମାଝୀ କରୁଥିବା ନେଇ ଜୟପୁର ଏସ୍ଡିପିଓ ଅରୂପ ଅଭିଶେଖ ବେହେରା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର