୧୧୨ ଏକର ଜମିରେ ଗଂଜେଇ ଚାଷ, ଚଢ଼ଉ କରି ନିଆଁ ଲଗାଇଲା ପୁଲିସ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଏବେ ଗଂଜେଇ ଅମଳ କରିବାରୁ ଋତୁ ଆସିଥିବାରୁ ପୁଲିସ ଏବଂ ଅବକାରୀ ବିଭାଗ ତତ୍ପରତା ଦେଖାଉଛି। ଲଗାତାର ପ୍ରତିଦିନ ବିଭିନ୍ନ ଥାନା ଅଂଚଳରେ ପୁଲିସ ଅଧିକାରୀମାନେ ଚଢଉ କରି ଗଂଜେଇ ଗଛ ନଷ୍ଟ କରିବାରେ ସଫଳ ହେଉଛନ୍ତି। ବିଶେଷକରି ଚିତ୍ରକୋଣ୍ଡା ଥାନା ଅଂଚଳରେ ପ୍ରବଳ ଗଂଜେଇ ଚାଷ କରାଯାଇଥାଏ। ତେଣୁ ଏହି ଅଂଚଳରେ ପୁଲିସ ସୁରକ୍ଷାକୁ କଡାକଡି କରି ଗଂଜେଇ ଚାଷ କରାଯାଉଥିବା ଅଂଚଳରେ ଚଢାଉ କରି ଗଂଜେଇ ନଷ୍ଟ କରୁଛି।

ଏହି କ୍ରମରେ ଆଜି ପୁଣି ଚିତ୍ରକୋଣ୍ଡା ଥାନା ଅଂଚଳର ଗୁଣ୍ଠାଵାଡା ପଞ୍ଚାୟତର କନ୍ଧଗୁଡା ଏବଂ ଗୋଲାପିଗୁଡା ଅଂଚଳରେ ଲଗାଯାଇଥିବା ପ୍ରାୟ ୧୧୨ ଏକର ସରକାରୀ ଜମିରେ ୧ ଲକ୍ଷ ୬୮ ହଜାର ଗଂଜେଇ ଗଛକୁ ନଷ୍ଟ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧୬ କୋଟିରୁ ଊର୍ଦ୍ଧ୍ବ ହେବ ବୋଲି କୁହାଯାଇଛି। ଏବେ ବି ଚିତ୍ରକୋଣ୍ଡାର ସ୍ବାଭିମାନ ଅଂଚଳରେ ଗଂଜେଇ ଚାଷ ଜୋରସୋରେ ଚାଲିଛି, ଯାହାକୁ ନଷ୍ଟ କରିବା ପାଇଁ ପୁଲିସ ଏବେ କଡା ପଦକ୍ଷେପ ନେଉଛି। ପ୍ରତିବର୍ଷ ମାଲକାନଗିରି ଜିଲ୍ଲାରୁ ଏକ ହଜାର କୋଟି ଟଂକାର ଗଂଜେଇ ଚାଲାଣ ହୋଇଥାଏ। ଏବେ ଗଂଜେଇ ଅମଳ କରିବାକୁ ଚାଷୀ ପ୍ରସ୍ତୁତ ହେଉଥିବା ବେଳେ ପୁଲିସ ଏବଂ ଅବକାରୀ କର୍ମଚାରୀ ପହଞ୍ଚି ଏହାକୁ ନଷ୍ଟ କରିବାରେ ସଫଳ ହେଉଛନ୍ତି।

ସମ୍ବନ୍ଧିତ ଖବର