ସାମାନ୍ୟ ଝଗଡ଼ାରୁ ଦୁଇ ଗୋଷ୍ଠୀ ମୁହାଁମୁହିଁ; ଫୁଟିଲା ଗୁଳି, ୧୮ ଗିରଫ

୨୪ ଜଣଙ୍କ ନାମରେ ମାମଲା

ସୁନ୍ଦରଗଡ଼: ୨୭ ତାରିଖରେ ସୁନ୍ଦରଗଡ଼ ଟାଉନଥାନାର ରିଜେଣ୍ଟ ମାର୍କେଟ ଅଞ୍ଚଳରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ପରସ୍ପର ଫାଙ୍କା ଗୁଳିଚାଳନା, ହକି ଷ୍ଟିକ ଓ ଲୁହା ଛଡ଼ରେ ଆକ୍ରମଣ ହୋଇଥିଲା, ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ସୁନ୍ଦରଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଘଟଣାରେ ପୁଲିସ ଉଭୟ ପକ୍ଷର ଏତଲାକ୍ରମେ ୨୪ ଜଣଙ୍କ ବିରୋଧରେ ପୃଥକ ପୃଥକ ଦୁଇଟି ମାମଲା ରୁଜୁ କରିଥିବା ବେଳେ ୧୮ ଜଣଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି।

ସୁନାରିପଡ଼ାର ସୂରଜ କୁମାର ପ୍ରସାଦଙ୍କ ଏତଲା ଅନୁସାରେ, ୨୭ ତାରିଖ ଅପରାହ୍ନ ୫ଟାରେ ସୂରଜ କୁମାର ତାଙ୍କ ଭାଇ ସୁମିତ ସହ ଘରକୁ ଆସୁଥିବା ବେଳେ ଘାସିପଡ଼ାର ଶନିଦେବ କାଲେତ ଓରଫ ବାଙ୍କୁ, କେରେନ ଘାସି ଓ ପତ୍ରାପଡ଼ାର ରାଜ ବିଶ୍ବକର୍ମା ରାସ୍ତାରେ ଅଟକାଇ ମରଣାନ୍ତକ ଆକ୍ରମଣ କରିଥିଲେ। ଏହା ସହ ଫାଙ୍କା ଗୁଳି ଚାଳନା କରି ୫୫ ହଜାର ଟଙ୍କା ଛଡ଼ାଇ ନେଇଥିଲେ। ଏହି ସମୟରେ ଘଟଣାସ୍ଥଳକୁ ଚାଲି ଆସିଥିବା ପାଖ ପଡ଼ୋଶୀ ଲୋକଙ୍କୁ ମଧ୍ୟ ଗାଳିଗୁଲଜ କରିଥିଲେ। ଏଥିରେ ପୁଲିସ ମାମଲା ରୁଜୁ କରି ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସେହିପରି ତ୍ରିନାଥ ମୁଖିଙ୍କ ଏତଲାକ୍ରମେ ମାମଲା ରୁଜୁ କରି ସୁନାରିପଡ଼ାର ଆକାଶ ସିଂ, ବଇଜୁ ସିଂ, ସୂରଜ ସିଂ, ଭିତିରିଆପଡ଼ାର ସୁନୀ କୁମାର ସାହୁ, ରଙ୍ଗାଢିପାର ଦୀପକ ଭୋଇ, ଜୟକୃଷ୍ଣ ପ୍ରସାଦ, ଅର୍ଜୁନ ପ୍ରସାଦ, ଅଶିଷ ନାଏକ, ବିବେକ କୁମାର ମିଶ୍ର, ରାକେଶ ମହାନ୍ତି, ଭାରତ ପ୍ରସାଦ, ଥାନାପଡ଼ାର ସୋମନାଥ ଷଣ୍ଢ, ଶଙ୍କରାର ଅନୀଳ ସିଂ, ଶ୍ୟାମବିହାରୀ ସିଂ ଓରଫ ଜଟିଆ, ଆକାଶ ସିଂଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

 

ସମ୍ବନ୍ଧିତ ଖବର