ବ୍ରହ୍ମପୁରରେ କ୍ଷୀର ବ୍ୟବସାୟୀଙ୍କୁ ହତ୍ୟା ଘଟଣା: ୩ ଅଭିଯୁକ୍ତ ଗିରଫ, ୨ ଫେରାର

ବ୍ରହ୍ମପୁର: ଗଂଜାମ ଜିଲ୍ଲାର ବ୍ରହ୍ମପୁରସ୍ଥିତ ହିଲପାଟଣା ଠାରେ ଗତ ୧୩ ତାରିଖ ରାତି କ୍ଷୀର ବ୍ୟବସାୟୀ ଲମ୍ବୋଦର ମୁନି (୬୬) ହତ୍ୟାକାଣ୍ଡ ଘଟଣାରେ ଗୋଷାଣୀନୂଆଗାଁ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ଗୋଷାଣୀନୂଆଗଁ ଥାନା ଅନ୍ତର୍ଗତ ନେହେରୁ ନଗର ୯ମ ଲାଇନର ଗୋପାଳ ମହାକୁଡଙ୍କ ପୁଅ ଶିବ ମହାକୁଡ (୨୩), କାଳୁଚରଣ ପାଢ଼ୀଙ୍କ ପୁଅ ରୂପେଶ ପାଢ଼ୀ (୨୪) ଓ ଦିଗପହଣ୍ଡି ଥାନା ଅନ୍ତର୍ଗତ ବନ୍ଧସାହି ଭୀଷ୍ମଗିରି ଗାଁର ପ୍ରକାଶ ସାହୁଙ୍କୁ ପୁଅ ରଂଜିତ ସାହୁ (୨୩)। ତେବେ ଏହି ଘଟଣା ସହିତ ସଂପୃକ୍ତ ୨ ଜଣ ଅଭିଯୁକ୍ତ ନେହେରୁ ନଗରର ସୁନାକର ସାହୁ ଓ ଶ୍ରୀନୁ ପାତ୍ର ଫେରାର ଅଛନ୍ତି।

ପୁଲିସ କହିଛି, ଘଟଣା ଦିନ ଅଭିଯୁକ୍ତମାନେ ବିଳମ୍ବିତ ରାତ୍ରିରେ ହିଲପାଟଣାସ୍ଥିତ ଲମ୍ବୋଦର ମୁନିଙ୍କ କାର୍ଯ୍ୟାଳୟ ତଥା ନିବାସରେ ପ୍ରବେଶ କରିଥିଲେ। ସେମାନେ ଲମ୍ବୋଦରଙ୍କୁ ହତ୍ୟା କରିବା ପରେ ଡକାୟତି କରିଥିଲେ। ଅଭିଯୁକ୍ତମାନେ ନଗଦ ଟଙ୍କା ଓ ସୁନା ଗହଣା ନେଇ ଫେରାର ହୋଇଯାଇଥିଲେ। ଏନେଇ ଗୋଷାଣୀନୂଆଗଁ ଥାନାରେ ଅଭିଯୋଗ ହୋଇଥିଲା।

ପୁଲିସ କହିଛ ଅଭିଯୁକ୍ତମାନଙ୍କ ଠାରୁ ୪୦ ହଜାର ଟଙ୍କା, ୯୮ ଗ୍ରାମ ଓଜନର ଏକ ସୁନାଚେନ, ଏକ ଟାଇଟନ ହାତଘଣ୍ଟା, ୩ ଗ୍ରାମ ଥିବା କାନ ରିଂ ଜବତ ହୋଇଛି। ସେହିପରି ୫ଟି ମୋବାଇଲ ଓ ଅନ୍ୟ ଜିନିଷପତ୍ର ମଧ୍ୟ ଜବତ ହୋଇଛି।

ସମ୍ବନ୍ଧିତ ଖବର