ଖୋର୍ଦ୍ଧା ଜିଲ୍ଲାର ୧୨୦୦ରୁ ୩୦୦ ସ୍କୁଲରେ ନାହିଁ ପରିଚାଳନା କମିଟି

ଖୋର୍ଦ୍ଧା: ରାଜ୍ୟ ସରକାର ସରକାରୀ ସ୍କୁଲର ଶିକ୍ଷଣୀୟ ପରିବେଶର ଗୁଣାତ୍ମକ ମାନ ବଢ଼ାଇବାକୁ ମୋ ସ୍କୁଲ, ସ୍ମାର୍ଟ ସ୍କୁଲ ଆଦି ଯୋଜନା କରୁଛନ୍ତି, କିନ୍ତୁ ଜିଲ୍ଲାରେ ଥିବା ପ୍ରାୟ ୧୨ଶହ ସରକାରୀ ଓ ସରକାରୀ ସହାୟତା ପ୍ରାପ୍ତ ପ୍ରାଥମିକ ଓ ମାଧ୍ୟମକ ସ୍କୁଲଗୁଡ଼ିକ ମଧ୍ୟରୁ ୪୦୦ ସ୍କୁଲରେ ପରିଚାଳନାଗତ ସ୍ୱଚ୍ଛତା ନିମନ୍ତେ ଗଠିତ ହୋଇଥିବା ସ୍କୁଲ ପରିଚାଳନା କମିଟି ଏଯାଏଁ ଗଠିତ ହୋଇନାହିଁ ।

ସ୍କୁଲର ସାମଗ୍ରିକ ବିକାଶ, ସ୍କୁଲର ପରିଚାଳନାରେ ଅଭିଭାବକ ଓ ଗ୍ରାମବାସୀଙ୍କ ଭାଗିଦାରୀର ବୃଦ୍ଧି ଓ ପରିଚାଳନାରେ ସ୍ୱଚ୍ଛତା ଆଣିବାକୁ ସ୍କୁଲ ପରିଚାଳନା କମିଟି ଗଠନ ହୋଇଥିଲା । ସ୍କୁଲ ପରିଚାଳନାରେ ଏହି ବ୍ୟବସ୍ଥା ଲାଗୁ ହୋଇ ଇତିମଧ୍ୟରେ ପ୍ରାୟ ୧୦ ବର୍ଷରୁ ଉଦ୍ଧ୍ୱର୍ ସମୟ ବିତିଗଲାଣି । କିନ୍ତୁ ରାଜ୍ୟ ରାଜଧାନୀର ଜିଲ୍ଲାରେ ଖୋର୍ଦ୍ଧାରେ ୧୨ଶହ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲ ମଧ୍ୟରୁ ପ୍ରାୟ ୪ଶହରୁ ଉଦ୍ଧ୍ୱର୍ ସ୍କୁଲରେ ସ୍କୁଲ ପରିଚଳାନା କମିଟି ଗଠିତ ହୋଇନାହିଁ । କେବଳ ଏହାନୁହେଁ ଯେଉଁ ସବୁ ସ୍କୁଲରେ ଏହି କମିଟି ଗଠିତ ହୋଇଛି ସେ ମଧ୍ୟରୁ ଅର୍ଦ୍ଧାଧିକ ସ୍କୁଲରେ ଗତ ୨ ବର୍ଷ ମଧ୍ୟରେ ନୂତନ ଭାବେ ଗଠିତ ହୋଇଛି ।

ମିଳିଥିବା ସୂଚନାନୁସାରେ, ୨୦୨୧-୨୨ ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାରେ ୧୦୫୩ଟି ଉଭୟ ସରକାରୀ ଓ ସରକାରୀ ସହାୟତା ପ୍ରାପ୍ତ ପ୍ରାଥମିକ ବିଦ୍ୟାଳୟ ରହିଛି । ଏହା ମଧ୍ୟରୁ ୯୯୯ଟି ସରକାରୀ ବିଦ୍ୟାଳୟରୁ ୭୬୦ଟିରେ ସ୍କୁଲ ପରିଚାଳନା କମିଟି ଗଠିତ ହୋଇଥିବା ବେଳେ ୫୪ଟି ସରକାରୀ ସହାୟତା ପ୍ରାପ୍ତ ସ୍କୁଲରୁ ୩୪ଟିରେ ଏହି କମିଟି ଗଠିତ ହୋଇଛି ।  ଅର୍ଥାତ୍ ମୋଟ ପ୍ରାଥମିକ ସ୍କୁଲ ମଧ୍ୟରୁ ୭୯୭ଟିରେ ହିଁ ସ୍କୁଲ ପରିଚାଳନା କମିଟି ଗଠିତ ହୋଇଛି । ଏହା ମଧ୍ୟରୁ ବାଣପୁର ବ୍ଲକରେ ସର୍ବନିମ୍ନ ୧୦୯ଟି ସ୍କୁଲରୁ ମାତ୍ର ୫ଟି ସ୍କୁଲରେ ଏହା ଗଠିତ ହୋଇଥିବା ବେଳେ ଖୋର୍ଦ୍ଧା ବ୍ଲକରେ ୧୦୪ଟିରୁ ୭୨ଟିରେ ଗଠିତ ହୋଇଛି । ବାଲିଅନ୍ତାରେ ୮୩ରୁ ୮୦ଟିରେ ଗଠିତ ହୋଇଥିବା ବେଳେ ବେଗୁନିଆରେ ୧୧୦ଟି ସ୍କୁଲ ମଧ୍ୟରୁ ୯୯ଟି ଗଠିତ ହୋଇଛି ।

ସେହିଭଳି ମୋଟ ୨୯୦ଟି ମାଧ୍ୟମିକ ସ୍କୁଲ ମଧ୍ୟରୁ ବର୍ତମାନ ସୁଦ୍ଧା ୧୬୨ଟିରେ ସ୍କୁଲ କମିଟି ଗଠିତ ହୋଇଛି । ଟାଙ୍ଗୀରେ ୨୫ରୁ ୮ଟି, ଚିଲିକାରେ ୧୬ରୁ ୫ଟି, ବାଣପୁରରେ ୧୯ରୁ ଗୋଟିଏ, ବେଗୁନିଆରେ ୩୦ରୁ ୨୨, ଖୋର୍ଦ୍ଧା ବ୍ଲକରେ ୨୦ରୁ ୧୫, ଜଟଣୀରେ ୨୨ରୁ ୨୧, ଭୁବନେଶ୍ୱର ମହାନଗର ନିଗମରେ ୬୧ରୁ ୨୭, ଭୁବନେଶ୍ୱର ବ୍ଲକରେ ୨୦ରୁ ୧୩, ବାଲିପାଟଣାରେ ୨୧ରୁ ୧୩, ବାଲିଅନ୍ତାରେ ୧୭ରୁ ୧୫ ।

ସମ୍ବନ୍ଧିତ ଖବର