୫ ସ୍ଥାନୀୟ ସଂକ୍ରମଣ ସମେତ କଟକରୁ ଆଜି ୩୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: କଟକରୁ ଆଜି ୫ଟି ସ୍ଥାନୀୟ ସଂକ୍ରମଣ ସମେତ ୩୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟ ୨୬ ଜଣ ସଂଗରୋଧ କେନ୍ଦ୍ରର (ସରକାରୀ ସଂଗରୋଧ କେନ୍ଦ୍ରରୁ ୫ ଜଣ ଓ ହୋମ କ୍ୱାରେଣ୍ଟାଇନରୁ ୨୧ ଜଣ) ହୋଇଥିବା ବେଳେ ଜଣେ ପେଡ୍ କ୍ବାରେଣ୍ଟାଇନରେ ଥିବା ଜଣାପଡ଼ିଛି । ସରକାରୀ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ୫ ଜଣଙ୍କ ମଧ୍ୟରୁ ୪ ଜଣ ମହିଳା । ସେମାନଙ୍କର ବୟସ ଯଥାକ୍ରମେ ୧୮ବର୍ଷ, ୨୫ ବର୍ଷ ଓ  ୨ଜଣଙ୍କର ବୟସ ୪୦ ବର୍ଷ ଲେଖାଏଁ ରହିଛି । ତେବେ ପୁରୁଷ ଆକ୍ରାନ୍ତଙ୍କ ବୟସ ୪୧ ବର୍ଷ । କଟକ ମହାନଗର ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଗତକାଲି କଟକରୁ ୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଏହାର ୨ଗୁଣା ସଂକ୍ରମିତ ବାହାରି ଥିବାରୁ ସ୍ଥାନୀୟଲୋକଙ୍କର ଚିନ୍ତା ବଢ଼ିଯାଇଛି ।

କଟକ ସହରରେ ଏପର୍ଯ୍ୟନ୍ତ ମୋଟ ୩୯୮ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୨୨୫ ଜଣ ଆରୋଗ୍ୟଲାଭ କରିଛନ୍ତି । ମୋଟ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ୧୬୫ ଜଣ ସକ୍ରିୟ ଅଛନ୍ତି ।

 

ଆଜି ଖାନନଗରରୁ ୨ଜଣ ପୁରୁଷ (୨୫ ଓ ୫୪ ବର୍ଷ)କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଦୁର୍ଗାଘର ନିକଟ ହରିପୁର ଅଂଚଳରୁ ଜଣେ ୩୨ ବର୍ଷିଅ ପୁରୁଷ, ଗୁଜୁରାଟୀ ବସ୍ତିରୁ ଜଣେ ୪୨ ବର୍ଷିଅ ପୁରୁଷ, କନିକା ଛକ ନିକଟରୁ ଜଣେ ୧୭ ବର୍ଷିଅ ପୁରୁଷ ଓ ୫୯ ବର୍ଷୀୟ ମହିଳା, ବକ୍ସିବଜାରର ମଣିସାହୁ ଛକ ନିକଟରୁ ୪ ଜଣ (ବୟସ ଯଥାକ୍ରମେ: ମହିଳା ୧୪, ୯ ବର୍ଷର ବାଳିକା, ୩୮ ଓ ପୁରୁଷ ୩), ଦେୱାନ ବଜାରରୁ ୪ ଜଣ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୫୧, ୬୯ ଓ ୧୩ ବର୍ଷର ବାଳିକା ଓ ଜଣେ ୯ବର୍ଷର ବାଳକ ସାମିଲ ଅଛନ୍ତି । ଶଙ୍କରପୁର ପରିଡ଼ାସାହିରୁ ୫ଜଣ (୨୪ ବର୍ଷର ମହିଳା, ୨୦ ବର୍ଷର ପୁରୁଷ, ୬୦ ବର୍ଷର ପୁରୁଷ, ୩୬ ବର୍ଷର ପୁରୁଷ ଓ ୨ ବର୍ଷର ଶିଶୁକନ୍ୟା) ଚିହ୍ନଟ ହୋଇଛନ୍ତି । ଗୁଜୁରାଟୀ ବସ୍ତିରୁ ଚିହ୍ନଟ ଆକ୍ରାନ୍ତ ନାଗାଲାଣ୍ଡ ଓ କନିକା ଛକରୁ ଚିହ୍ନଟ ଆକ୍ରାନ୍ତ ସିକ୍କିମରୁ ଫେରିଥିଲେ । ସେହିପରି ଖାନନଗରର ୨୫ ବର୍ଷିଅ ଯୁବକ ଅନ୍ୟ ଜିଲ୍ଲାକୁ ଯାଇ ସଂକ୍ରମଣର ଶିକାର ହୋଇଛନ୍ତି ।

ଏତଦ ବ୍ୟତୀତ ତନ୍ତି ସାହିରୁ ଜଣେ ୨୫ ବର୍ଷିଅ ପୁରୁଷ, ଭଗତପୁର ମଙ୍ଗଳାମନ୍ଦିର ପାଖରୁ ଜଣେ ୧୧ ବର୍ଷିଅ ବାଳକ, ନରାଜ କୈବର୍ତ୍ତସାହିରୁ ଜଣେ ୩୪ ବର୍ଷିଅ ଯୁବକ, ଗୋପାଳପୁରରୁ ଜଣେ ୪୦ ବର୍ଷିଅ ଯୁବକ ଓ କାଳୀଗଳି ଗଣେଶ ମନ୍ଦିର ନିକଟରୁ ଜଣେ ୬୫ ବର୍ଷିଅ ବୃଦ୍ଧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧିତ ଖବର