କଟକରୁ ଆଜି ୩୪ ପଜିଟିଭ୍‌ ଚିହ୍ନଟ

କଟକ: କଟକରୁ ଗୁରୁବାର ୩୪ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ କଟକ ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଆଜି ଚିହ୍ନଟ ହୋଇଥିବା ୩୪ଜଣ କରୋନା ପଜିଟିଭ୍‌ଙ୍କ ମଧ୍ୟରୁ ୫ଜଣ ଇନ୍‌ଷ୍ଟିଚ୍ୟୁସ୍‌ନାଲ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ଓ ୮ଟି ସ୍ଥାନୀୟ ମାମଲା ରହିଛି। ଏଥିସହିତ ଘରୋଇ ସଙ୍ଗରୋଧ କେନ୍ଦ୍ରରୁ ୨୧ଜଣଙ୍କ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ଏସ୍‌ସିବି ମେଡିକାଲ ଆଇସୋଲେସନ୍‌ ଓ୍ଵାର୍ଡରୁ ୪ଜଣ ପୁରୁଷ ଚିହ୍ନଟ ହୋଇଥିବା ବେଳେ ଜଣେ କରୋନା ଯୋଦ୍ଧା ରହିଛନ୍ତି। ସେହିପରି ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୮ଜଣଙ୍କ ମଧ୍ୟରୁ ତେଲେଙ୍ଗା ବଜାର ପୁରୀଘାଟ ଅଞ୍ଚଳରୁ ଜଣେ ପୁରୁଷ କରୋନା ଯୋଦ୍ଧା, ଏସ୍‌ସିବି ମେଡିକାଲ କଲେଜ ହସ୍‌ପିଟାଲରୁ ଜଣେ କରୋନା ଯୋଦ୍ଧାଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଥିବା ବେଳେ ଶିବ ବଜାର ଓଲଡ ରାଉସପାଟଣାରୁ ଜଣେ ମହିଳା ଓ ଜଣେ ପୁରୁଷ, ବଣିଆ ସାହି ଡାଗରପଡ଼ା ଅଞ୍ଚଳରୁ ତିନିଜଣ ମହିଳା ଓ ମାଲଗୋଦାମ୍‌ ଅଞ୍ଚଳରୁ ଜଣେ ପୁରୁଷ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି ।

 

ସ୍ଥାନୀୟ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ୨୧ଜଣଙ୍କ ମଧ୍ୟରୁ ପ୍ରଷ୍ଟିନି ଆପାର୍ଟମେଣ୍ଟ ମୁଗଭଙ୍ଗା ଅଞ୍ଚଳରୁ ୨ଜଣ ପୁରୁଷ, ଓଲଡ ରାଉସପାଟଣା ଅଞ୍ଚଳରୁ ଜଣେ ପୁରୁଷ ଓ ତିନିଜଣ ମହିଳା, ବଣିଆ ସାହି ଡାଗରପଡ଼ା ଅଞ୍ଚଳରୁ ଦୁଇଜଣ ମହିଳା, ଗୋପାଳପୁର ମାଷ୍ଟର କଲୋନିରୁ ଜଣେ ମହିଳା କରୋନା ଯୋଦ୍ଧା, ଗୋପାଳପୁର ପାଇକ ସାହି ଅଞ୍ଚଳରୁ ଜଣେ ମହିଳା, ବିକେ ରୋଡ ଗୋମୋଦିଆ ନିୟୁ କଲୋନିରୁ ଦୁଇଜଣ ମହିଳା ଓ ଜଣେ ପୁରୁଷ, ଦିଓ୍ଵାନ୍‌ ବଜାର ଅଞ୍ଚଳରୁ ତିନିଜଣ ପୁରୁଷ ଓ ୨ଜଣ ମହିଳା ଓ ଦିଓ୍ଵାନ୍‌ ବଜାର ତନ୍ତି ସାହି ଅଞ୍ଚଳରୁ ଦୁଇଜଣ ପୁରୁଷ ଓ ଜଣେ ମହିଳା କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି।

ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ କଟକରେ ଏଯାବତ ୪୮୬ଟି କୋଭିଡ-୧୯ ମାମଲା ସାମ୍ନାକୁ ଆସିଥିବା ବେଳେ ୨୪୨ଟି ସକ୍ରିୟ ମାମଲା ରହିଛି।

ସମ୍ବନ୍ଧିତ ଖବର