୪୨୬ କିଲୋ ଗଂଜେଇ ଜବତ,୪ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ପୁଲିସକୁ ଗଂଜେଇ ଚାଲାଣ ରୋକିବାରେ ମିଳିଛି ବଡ ସଫଳତା।ଚିତ୍ରକୋଣ୍ଡା ପୁଲିସ ୪୦୦ରୁ ଉର୍ଦ୍ଧ୍ବ କିଲୋ ଗଂଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି।ବିଶେଷ ସୂତ୍ରରୁ ଖବର ପାଇ ଚିତ୍ରକୋଣ୍ଡା ପୁଲିସ ରେଖାପାଲି ଗ୍ରାମରେ ଚଢ଼ାଉ କରିଥିଲା।ସେଠାରେ ଦୁଇଟି ମଟର ସାଇକେଲରେ ୪ ଜଣ ବ୍ୟକ୍ତି ୧୭ଟି ବ୍ୟାଗରେ ଗଂଜେଇ ଲଦି ଆନ୍ଧ୍ରପ୍ରଦେଶକୁ ଚାଲାଣ କରିବାକୁ ପ୍ରସ୍ତୁତ ହେଉଥିଲେ।ଏହି ସମୟରେ ପୁଲିସ ଚଢ଼ଉକାରୀ ୪ଜଣଙ୍କୁ ଗିରଫ କରିବା ସହ ୪୨୬ କିଲୋ ଗଂଜେଇ ଜବତ କରିଥିଲେ।ଗିରଫ ହୋଇଥିବା ଅସମୀମାନେ ହେଲେ ସିଲେରୁ ଥାନା ଅନ୍ତର୍ଗତ ନରମାମାଣ୍ଡ ଗୋଣ୍ଡି ଗ୍ରାମର ବନ୍ଦଳମ ମଙ୍ଗୁ(୨୩),ଭାନ୍ତଳା ସୋନୁ(୨୪),ମୁଦ୍ଦା ସୁରେଶ(୨୩) ଏବଂ ଏଲୁର ଥାନା ଅନ୍ତର୍ଗତ ଆକୁଥଟ୍ଟା ଗ୍ରାମର ତିଳକ ତେଜା(୨୫) ବୋଲି ଜଣାପଡିଛି।ପୁଲିସ ଦୁଇଟି ବାଇକକୁ ମଧ୍ୟ ଜବତ କରାଯାଇଥିଲା।
ସମ୍ବନ୍ଧିତ ଖବର