ଭଞ୍ଜନଗରରେ  ୫୧ ୟୁନିଟ୍ ରକ୍ତ ସଂଗୃହୀତ, ପ୍ରଥମ ଥର ପାଇଁ ରକ୍ତଦାନ କଲେ ୧୮ ଜଣ

ଭଞ୍ଜନଗର: ରକ୍ତର ବିକଳ୍ପ ନାହିଁ। ଅନ୍ୟର ଜୀବନ ବଞ୍ଚାଇବା ପାଇଁ ରକ୍ତଦାନ ହିଁ ଏକମାତ୍ର ବିକଳ୍ପ। ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ଯେଉଁ ଆତ୍ମ ସନ୍ତୁଷ୍ଟି ମଳିଥାଏ। ତାହା ସ୍ବର୍ଗିୟ ଆନନ୍ଦ ପ୍ରଦାନ କରିଥାଏ ବୋଲି ‘ସମ୍ବାଦ’ ଆମ ଓଡ଼ିଶ ଓ ଭଞ୍ଜନଗର ଜଳସେଚନ ବିଭାଜନ କର୍ମଚାରୀ ସଂଘ (ବିଡେକା) ପକ୍ଷରୁ ମିଳିତ ଭାବେ ଆୟୋଜିତ ରକ୍ତଦାନ ଶିବିରରେ ଅତିଥି ମାନେ ପ୍ରକାଶ କରିଛନ୍ତି। ‘ରକ୍ତ ଅଭାବରୁ କାହାରିକୁ ମରିବାକୁ ଦେବାନାହିଁ’ ସମ୍ବାଦ ଓ ଆମ ଓଡିଶା ଅଧ୍ୟକ୍ଷଙ୍କ ପ୍ରେରଣାଦାୟୀ ଏହି ସ˚କଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରତିବର୍ଷ ସମ୍ବାଦ ଓ ବିଡୋକ ପକ୍ଷରୁ ବର୍ଷରେ ୨ ଥର ରକ୍ତଦାନ ଶିବିର ଆୟୋଜିତ ହେଉଛି। ଚଳିତ ବର୍ଷ ଓଡେଶା ଭବନରେ ଅନୁଷ୍ଠିତ ଏହି ଶିବିରରେ ୫୧ ଜଣ ସ୍ବେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିଛନ୍ତି।

ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ ଗୋକୁଳ ଚନ୍ଦ୍ର ପାଢୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଶିବିରକୁ ଉଦ୍ଘାଟନ କରିଥିଲେ। ଇଂ ସନ୍ତୋଷ କୁମାର ଗୌଡ, ଇଂ ଜେବ.ସୁମା ପ୍ରଧାନ, ଇଂ ପ୍ରସନ୍ନ କୁମାର ସ୍ବାଇଁ, ଇଂ ବିଷ୍ଣୁ ପ୍ରସାଦ ପାଣିଗ୍ରାହୀ, ଅର୍ନ୍ତର୍ଯ୍ୟାମୀ ପଣ୍ଡା, ରାକେଶ କୁମାର ପଟ୍ଟନାୟକ, ଦିଲ୍ଲୀପ କୁମାର ରଥ, ସମ୍ବାଦ ପ୍ରତିନିଧି ବିଶ୍ବମ୍ବର ଜେନା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ବିଶେଷ କରି କରୋନା ମହାମାରୀ ସମୟରେ ଯେଉଁ ଭଳି ରକ୍ତର ଅଭାବ ସୃଷ୍ଟି ହୋଇଛି। ତାର ଅଭାବ ପୂରଣ କରିବା ପାଇଁ ଏଭଳି ରକ୍ତଦାନ ଶିବିର ଗୁଡିକର ବହୁ ଗୁରତ୍ବ ରହିଥିବ ଅତିଥି ମାନେ କହିଥିଲେ।

ରକ୍ତଦାତା ଜୀବନ ଦାତା: ଏକମାତ୍ର ଯୁବତୀ ରକ୍ତଦାତା ଭାବେ ସୁଜାତା ସ୍ବାଇଁ ରକ୍ତଦାନ କରିଥିବା ବେଳେ ରାକେଶ କୁମାର ପଟ୍ଟନାୟକ, ବିଶ୍ବ ଭୂଷଣ ଜେନା, ବିଭୂତି ଭୂଷଣ ଛୋଟରାୟ, ପ୍ରକାଶ ଚନ୍ଦ୍ର ସ୍ବାଇଁ, ପ୍ରମୋଦ କୁମାର ସ୍ବାଇଁ, ସୌମ୍ୟ ରଞ୍ଜନ ଶତପଥି, ଶିଶିର କୁମାର ଗୌଡ, ରାଧାକୃଷ୍ଣ ଚୌଧୁରୀ, ଶ୍ରୀକୃଷ୍ଣ ଦାସ, ଭରତ ସ୍ବାଇଁ, ଶ୍ରୀଧର ଚୌଧରୀ, ଦିପକ ଗୌଡ, ସିଲୁ ପ୍ରଧାନ, ଗୌରହରି ଗୌଡ, ଟୁକୁନା ଗୌଡ, ତ୍ରିଲୋଚନ ଗୌଡ, ନୀର କିଶାନ, ପିଙ୍କୁ ବେହେରା, ରବିନ୍ ଆରୁଖ, କରୁଣା ମହାନ୍ତ, ସଂଗ୍ରାମ କୁମାର ବିଶୋୟୀ, ନିରଞ୍ଜନ ବେହେରା, ଦିପକ ପ୍ରଧାନ, ଅର୍ନ୍ତଯ୍ୟାମୀ ମୁଦୁଲି, ଶିବରାମ ସାହୁ, ସୀମାଞ୍ଚଳ ମଲ୍ଲିକ୍, ଶିବରାମ ଗୌଡ, ଶଙ୍କର ଜେନା, ମୋତିରାଜ ସ୍ବାଇଁ, ଦିଲ୍ଲିପ୍ ପ୍ରଧାନ, ପ୍ରଭାତ ସ୍ବାଇଁ, ତପନ ସୁଆର, ଆଶିଷ୍ କୁମାର ଜେନା, ସପ୍ନେଶ୍ବର ସାବତ, ବ୍ରଜେନ୍ଦ୍ର ପରିଚ୍ଛା, ବାଲାଜୀ ପାତ୍ର, ପରେଶ ପାତ୍ର, ଶୁଭମ୍ ପ୍ରତିକ୍ ପାଢୀ, ଭିଏସ୍ ଦେବ୍, ୟତିନ୍ ରାଜ୍ ଭଞ୍ଜ, ବିଶ୍ବଜିତ୍ ସାମନ୍ତରାୟ, ଶିବ ଶଙ୍କର ଜେନା, ରାଜେଶ ପାତ୍ର, ବିଷ୍ଣୁପ୍ରସାଦ ପାଣିଗ୍ରାହୀ, ଶୁଭଙ୍କର ସାବତ, ରମନ ପାତ୍ର, ବିବେକାନନ୍ଦ ଗୌଡ, ସମ୍ବିତ୍ ବିଷୋୟୀ, ରତନ ପାତ୍ର, ସୁମନ ପୃଷ୍ଟି ପ୍ରମୁଖ ରକ୍ତଦାନ କରିଥିଲେ। ଏଥିରେ ଭଞ୍ଜନଗର ରକ୍ତଭଣ୍ଡାର ପକ୍ଷରୁ ଇତିଶ୍ରୀ ତ୍ରିପାଠୀ, ବିପିନ କୁମାର ପାଣିଗ୍ରାହୀ, ଚିତ୍ତରଞ୍ଜନ ଖଟୁଆ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ।

ଗୋଟିଏ ପରିବାରର ତିନି ଭାଇ କଲେ ରକ୍ତଦାନ
ଏହି ରକ୍ତଦାନ ଶିବିରରେ ଗୋଟିଏ ପରିବାରର ତିନି ଭାଇ ଏକ ସାଙ୍ଗରେ ଦେଇ ନିଆରା ପରିଚୟ ସୃଷ୍ଟି କରିଛନ୍ତି। ଭଞ୍ଜନଗର ଖାଲାସି ସାହିରେ ରହୁଥିବା ବି.ମନ୍ମଥ ପାତ୍ର ଏବଂ ଗୀତା ପାତ୍ରଙ୍କ ତିନି ପୁଅ ବି.ରମନ କୁମାର ପାତ୍ର, ବି.ରାଜେଶ କୁମାର ପାତ୍ର, ରତନ ପାତ୍ର ଏକା ସାଙ୍ଗରେ ଆସି ରକ୍ତଦାନ କରିଥିଲେ। ରାଜେଶ ପୂର୍ବରୁ ନିୟମିତ ରକ୍ତଦାନ କରିଥିବା ବେନଳେ ଅନ୍ୟ ଦୁଇ ଭାଇଙ୍କୁ ମଧ୍ୟ ଚଳିତ ଥର ରକ୍ତଦେବା ନେଇ ଉତ୍ସାହିତ କରିଥିଲେ। ତିନି ଭାଇ ରକ୍ତଦାନ କରିବା ସମୟରେ ସେମାନଙ୍କ ମନୋବଳ ବଢାଇବା ପାଇଁ ତାଙ୍କ ମାଆ ଗୀତା ମଧ୍ୟ ଉପସ୍ଥିତ ରହିଥିଲେ। ଅତିଥି ମାନେ ସେମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।

ସମ୍ବନ୍ଧିତ ଖବର