୬ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦନ୍ତେବାଡ଼ା ଜିଲ୍ଲାର ଅରଣପୁର ଥାନାରେ ଆଜି ୬ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।ଦନ୍ତେବାଡ଼ା ପୁଲିସ ତରଫରୁ ଆରମ୍ଭ କରାଯାଇଥିବା ‘ଘରକୁ ଫେେରିଆସ’ ଅଭିଯାନ ଅନୁଯାୟୀ ପୂର୍ବରୁ ବହୁ ନକ୍ସଲ ଆତ୍ମସମର୍ପଣ କରିସାରିଛନ୍ତି ।ଏହି ପରିପ୍ରେକ୍ଷୀରେ ଆଜିବି ଏହି ୬ ଜଣ ନକ୍ସଲ ପୁଲିସ ନିକଟରେ ଆତ୍ମସମର୍ପଣ କରି ନକ୍ସଲଙ୍କ ସମସ୍ତ ରହସ୍ୟ ପଦରେ ପକାଇଛନ୍ତି । ଆତ୍ମସମର୍ପଣ କରିଥିବା ନକ୍ସଲମାନେ ହେଲେ ଡିଏକେଏମଏମ ଅଧକ୍ଷ ଗୁଣ୍ଡା ହାମେଲା(୩୨), ହୁଙ୍ଗା ହାମେଲା(୨୩),ହରିସ ହାମେଲା(୨୪), ମିଣ୍ଡେ ଗମେଲା(୨୩),ରେଖା ହାମେଲା(୩୫), ଏବଂ ରକେଶ ହୁଣ୍ଡା(୩୦) ।
ଏମାନଙ୍କ ମଧ୍ୟରୁ ଗୁଣ୍ଡା ଏବଂ ମିଣ୍ଡେ ନାମରେ ସରକାର ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ।ନକ୍ସଲ ସଂଗଠନରେ କୌଣସି ଲକ୍ଷ୍ୟ ଓ ଉଦେଶ୍ୟ ନେଇ କାମ କରାଯାଇନଥିବା ଏମାନେ କହିଥିଲେ । ନିରୀହ ଆଦିବାସୀଙ୍କୁ ହତ୍ୟା କରିବା,ଉନ୍ନୟନ କାର୍ଯ୍ୟରେ ବାଧା ଦେବା ଭଳି କାମ କରୁଥିବା କହିଛନ୍ତି।ଏହି ନକ୍ସଲମାନେ ମୁଖ୍ୟସ୍ରୋତରେ ସାମିଲ ହୋଇ ଆଗାମୀ ଦିନରେ ପୁଲିସକୁ ସହଯୋଗ କରିବା ସହ ସରକାରଙ୍କୁ ବିକାଶ କାର୍ଯ୍ୟରେ ସହଯୋଗ କରିବେ ବୋଲି କହିଛନ୍ତି।ପ୍ରଶାସନ ତରଫରୁ ଏମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା କରାଯାଇଛି।ଆଗାମୀ ଦିନରେ ଆତ୍ମନିର୍ଭରଶୀଳ ନୀତି ଅନୁଯାୟୀ ସମସ୍ତଙ୍କୁ ତାଲିମ ଦିଆଯାଇ ସ୍ୱାବଲମ୍ବୀ କରାଯିବ ।
ସମ୍ବନ୍ଧିତ ଖବର