ଯାଜପୁର: ସ୍କୁଲ ନିକଟସ୍ଥ ପଡ଼ିଆରୁ ବିଶାଳ ଅଜଗର ଉଦ୍ଧାର

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍‌ ଅଧୀନ କଇମାନିକଟସ୍ଥ ଏକ ସ୍କୁଲ ପାଖ ପଡ଼ିଆରୁ ୭ଫୁଟର ବିଶାଳ ଅଜଗରକୁ ଗତକାଲି ସ୍ଥାନୀୟଲୋକେ ଦେଖିବାକୁ ପାଇଥିଲେ। ଏହାପରେ ସ୍ନେକ୍‌ ହେଲପ୍‌ ଲାଇନ୍‌ର ସାପଧରାଳିଙ୍କୁ ଖବର ଦିଆଯାଇଥିଲା। ସାପଧରାଳି ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଅଜଗରକୁ ସେଠାରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।

ସୂଚନାଯୋଗ୍ୟ, କିଛି ସ୍ଥାନୀୟଲୋକେ ଗତକାଲି ସକାଳେ ୮ଟା ସମୟରେ ସ୍କୁଲ ପାଖ ପଡ଼ିଆରେ ଏକ ବିଶାଳ ଅଜଗର ବୁଲୁଥିବା ଦେଖିବାକୁ ପାଇଥିଲେ। ଏହି ଦୃଶ୍ୟ ଦେଖି ଗ୍ରାମବସୀ ଭୟଭୀତ ହୋଇଯାଇଥିଲେ।  ତୁରନ୍ତ ଗ୍ରାମର ଅନ୍ୟ ଲୋକଙ୍କୁ ଓ ସ୍ନେକ୍‌ ହେଲପ୍‌ ଲାଇନ୍‌କୁ ଖବର ଦେଇଥିଲେ। ଖବର ପାଇ ସ୍ନେକ୍‌ ହେଲପ୍‌ ଲାଇନ୍‌ର ଜଣେ ଅଧିକାରୀ ଘଟଣାସ୍ଥଳରେ ପହଁଞ୍ଚି ଅଜଗରକୁ ଉଦ୍ଧାର କରିବା ପାଇଁ ଲାଗି ପଡ଼ିଥିଲେ। ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ଏହି ଅଜଗର ଓଜନ ୧୫କିଲୋ ଓ ବୟସ ୨ବର୍ଷ ପାଖାପାଖି ହେବ ବୋଲି ଅନୁମାନ କରାଯାଇଥିଲା। ପ୍ରଥମ ଥର ପାଇଁ ଏହି ଅଞ୍ଚଳରେ ଏଭଳି ବିଶାଳକାୟ ଅଜଗରକୁ ଦେଖି ଗ୍ରାମବାସୀ ଭୟଭୀତ ହୋଇପଡ଼ିଥିଲେ।

ସମ୍ବନ୍ଧିତ ଖବର