୭ମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା: ଚଳିତମାସ ୨୩ ତାରିଖରେ ଖୋର୍ଦ୍ଧା ଉପକଣ୍ଠ ଏକ ଗାଁରେ ଚକଲେଟ କିଣିବାକୁ ଯାଇଥିବା ଜଣେ ୭ମ ଶ୍ରେଣୀ ନାବାଳିକାଙ୍କୁ ଷ୍ଟେସନାରୀ ଦୋକାନର ମାଲିକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଗତକାଲି ଅଭିଯୁକ୍ତ ଯୁବକଙ୍କୁ ଥାନାକୁ ଆଣି ପଚରାଉଚୁରା କରାଯାଇଥିଲା। ଆଜି ଯୁବକଙ୍କୁ ଗିରଫ କରି ପୋକ୍ସୋ କୋର୍ଟରେ ହାଜର କରାଯାଇଛି। ସୂଚନାନୁସାରେ, ୨୩ ତାରିଖରେ ଦୋକାନକୁ ଚକଲେଟ କିଣିବାକୁ ଆସିଥିବା ୭ମ ଶ୍ରେଣୀ ଛାତ୍ରୀଙ୍କୁ ପୋଡ଼ାପୁଟର ପିକୁନ ମହାରଣା (୨୭) ଏକୁଟିଆ ପାଇ ଦୁଷ୍କର୍ମ କରିଥିଲେ।

ପରେ ବିଭିନ୍ନ ଚାପ ପକାଇ ଏହି ଘଟଣାକୁ ରଫାଦଫା କରିବାକୁ ଉଦ୍ୟମ କରିଥିଲେ। ୨୬ ତାରିଖରେ ଏନେଇ ପୀଡ଼ାତାଙ୍କ ପରିବାର ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ୬୨୭/୨୦୨୨ରେ ମାମଲା ରୁଜୁ କରିଥିଲା। ଅଭିଯୁକ୍ତ ଯୁବକଙ୍କୁ ଥାନାକୁ ଆଣି ପଚରାଉଚୁରା କରିଥିଲା। ଆଜି ଉଭୟଙ୍କ ଡାକ୍ତର ପରୀକ୍ଷଣ ପରେ ଅଭିଯୁକ୍ତକୁ ଭୁବନେଶ୍ୱର ପୋକସୋ କୋର୍ଟରେ ହାଜର କରାଯାଇଛି।

ସମ୍ବନ୍ଧିତ ଖବର