କଳାହାଣ୍ଡି ମମିତା ହତ୍ୟାକାଣ୍ଡ ଘଟଣାରେ ଏବିଭିପି ପକ୍ଷରୁ ବିକ୍ଷୋଭ

ଖୋର୍ଦ୍ଧା: କଳାହାଣ୍ଡି ମହାଲିଙ୍ଗ ସନ୍‌ସାଇନ୍ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ମମିତା ମେହେରଙ୍କ ଅପହରଣ ଓ ହତ୍ୟା ଘଟଣାରେ ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ମାଲିକ ଗୋବିନ୍ଦ ସାହୁ ସମ୍ପୃକ୍ତ ଥିବା ଓ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବା ଦାବିରେ ଆଜି ଖୋର୍ଦ୍ଧା ନଗର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି। ଆଜି ଅପରାହ୍ନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ନଗର ଏବିଭିପିର କର୍ମକର୍ତ୍ତା ଓ ସଦସ୍ୟ ଛାତ୍ରଛାତ୍ରୀ ମାନେ ହାତରେ ପ୍ଲାକାର୍ଡ ଓ ବ୍ୟାନର ନେଇ ମାନବ ଶୃଙ୍ଖଳ ଗଠନ କରିଥିଲେ।

ରାଜ୍ୟ ମୁଖ୍ୟମନ୍ତ୍ରୀ ନିଜର ଅପହରଣ ଓ ହତ୍ୟାରେ ସମ୍ପୃକ୍ତ ମନ୍ତ୍ରୀ ଓ ତାଙ୍କ ସହଯୋଗୀ ଗୋବିନ୍ଦ ସାହୁଙ୍କୁ ସୁରକ୍ଷା ଦେଉଥିବା ନେଇ ଅଭିଯୋଗ କରିଥିଲେ। ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ମନ୍ତ୍ରୀପଦରୁ ବହିଷ୍କାର ଓ ଦୋଷୀଙ୍କ ବିରୋଧରେ ପଦକ୍ଷେପ ନନେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର