ସ୍କୋର୍ପିଓ ଓ ଇଣ୍ଡିଗୋ ଗାଡ଼ି ମୁହାଁମୁହିଁ ଧକ୍କା, ୪ ଗୁରୁତର

ବାଲେଶ୍ୱର: ବାଲେଶ୍ୱର ସଦର ଥାନା ଅଞ୍ଚଳସ୍ଥିତ ନହାରାପାଟଣା ନିକଟରେ ସୋମବାର ଅପରାହ୍ନରେ ଏକ ସ୍କୋର୍ପିଓ ଓ ଇଣ୍ଡିଗୋ ଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲେ। ଏହି ଦୁର୍ଘଟଣାରେ ୪ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଗୁରୁତର ଆହତଙ୍କ ନାମ ବବିତା ବିଶ୍ୱାଳ(୩୫), ଶ୍ରୀନାଥ ନାୟକ ଓ ଅନ୍ୟ ଦୁଇଜଣଙ୍କ ପରିଚୟ ମିଳି ପାରିନାହିଁ। ସ୍ଥାନୀୟଲୋକମାନେ ଏମାନଙ୍କୁ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରି ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଏହି ସମସ୍ତଙ୍କ ଘର ବାରିପଦା ଟାଉନ୍‌ରେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର