କେନ୍ଦ୍ରାପଡ଼ା: ନମତରାରୁ ଭୁବନେଶ୍ୱର ଅଭିମୁଖେ ବାହାରିଲା ମଦବିରୋଧୀ ପଟୁଆର

କେନ୍ଦ୍ରାପଡ଼ା: ମଦମୁକ୍ତି ପଞ୍ଚାୟତ, ମଦମୁକ୍ତି ଓଡ଼ିଶା ଓ ମଦମୁକ୍ତି ଭାରତର ସ୍ଲୋଗାନ ଦେଇ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ନମତରାରୁ ଆରମ୍ଭ ହୋଇଛି ପଟୁଆର। ଏପ୍ରିଲ ୩୦ ତାରିଖରୁ ବାହାରି ଥିବା ଏହି ପଟୁଆର ଆସନ୍ତା ୧ ତାରିଖ ଦିନ ଭୁବନେଶ୍ୱରରେ ପହଞ୍ଚିିବ। ମଦମୁକ୍ତି ଓଡ଼ିଶା ଦାବି କରି ଏହି ପଟୁଆରରେ ସାମିଲ ଆନ୍ଦେଳନକାରୀମାନେ ୧ ତାରିଖ ଦିନ ବିଧାନସଭା ଘେରାଉ କରିବାର କାର୍ଯ୍ୟକ୍ରମ ରହିଛି।
ସୂଚନାଯୋଗ୍ୟ ଯେ ନମତରାରେ ମଦ ଦୋକାନକୁ ବିରୋଧ କରୁଥିବା ମହିଳାଙ୍କ ଉପରକୁ ପୁଲିସ ୩ ବର୍ଷ ତଳେ ଗୁଳି ଚଳାଇଥିଲା । ଏଥିରେ ମହିଳା ଓ ଶିଶୁ ଆହତ ହୋଇଥିବା ଘଟଣାର ଆରଡିସିସ୍ତରୀୟ ତଦନ୍ତ ହୋଇଥିଲେ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ତେଣୁ ନମତରା ଗୁଳିକାଣ୍ଡର ତଦନ୍ତ ରିପୋର୍ଟ ଓ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହିତ ମଦମୁକ୍ତି ସଂଗ୍ରାମୀମାନଙ୍କ ଉପରୁ ସମସ୍ତ ମାମଲା ପ୍ରତ୍ୟାହାର ଦାବି କରି ଆଜି ଏହି ଶୋଭାଯାତ୍ରା ବାହାରିଛି। ଆନ୍ଦୋଳନକାରୀମାନଙ୍କୁ ଆଜି ତିନିମୁହାଣି ଠାରେ ସମ୍ବର୍ଦ୍ଧନା ଦିଆଯିବ।

ସମ୍ବନ୍ଧିତ ଖବର