ଅନୁଗୁଳରେ ପ୍ଲାଷ୍ଟିକ୍‌ମୁକ୍ତ ଅଭିଯାନ: ପୁଣି ଚଢ଼ଉ, ୧୦ବସ୍ତା ଜବତ

ଅନୁଗୁଳ: ଅନୁଗୁଳ ସହରରେ ପ୍ଲାଷ୍ଟିକ୍‌ମୁକ୍ତ ଅଭିଯାନ ଆଜି ଆହୁରି ତ୍ବରାନ୍ବିତ ହୋଇଛି। ମ୍ୟୁନିସିପାଲିଟି କର୍ତୃପକ୍ଷ ଆଜି ସହରର ବିଭିନ୍ନ ବଜାରରେ ବ୍ୟାପକ ଚଢ଼ଉ କରି ପ୍ରାୟ ୧୦ବସ୍ତା ପ୍ଲାଷ୍ଟିକ୍ ଏବଂ ଥର୍ମୋକୁଲ ଜବତ କରିଛନ୍ତି। ତା’ ସହିତ ୫ହଜାର ଶହେ ଟଙ୍କା ଜରିମାନା ଆଦାୟ ହୋଇଛି। ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନାଙ୍କ ନେତୃତ୍ବରେ ଟାକ୍ସ ଦାରୋଗା ଚିତ୍ତରଞ୍ଜନ ପ୍ରଧାନଙ୍କ ସମେତ ମ୍ୟୁନିସିପାଲିଟି କର୍ମଚାରୀମାନେ ବସ୍‌ଷ୍ଟାଣ୍ଡ୍‌, ଗାନ୍ଧୀମାର୍ଗ, ବଜାର ଛକ, ହେମସୁରପଡ଼ା, ହୁଲୁରିସିଂହା, ତାମ୍ରିତ୍‌ କଲୋନି, କଲେଜ ଛକ ଓ ଶିମିଳିପଡ଼ାର ବିଭିନ୍ନ ଦୋକାନରେ ଯାଞ୍ଚ କରିଥିଲେ। ଆଗକୁ ଏମିତି ଚଢ଼ଉ ଜାରି ରହିବ ବୋଲି ମ୍ୟୁନିସିପାଲିଟି ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର