୫ କିଲୋ ଓଜନର ଲ୍ୟାଣ୍ଡମାଇନ ଉଦ୍ଧାର, ନକ୍ସଲ ହିଂସାକୁ ଅସଫଳ କଲେ ଯବାନ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଲିସ ୫ କିଲୋ ଓଜନର ଏକ ଲ୍ୟାଣ୍ଡମାଇନ ଉଦ୍ଧାର କରିଛି।ଯବାନଙ୍କୁ ଟାର୍ଗେଟ କରିବା ପାଇଁ ନକ୍ସଲ ଏହି ଲ୍ୟାଣ୍ଡମାଇନ ଖଞ୍ଜିଥିଲେ। ସୂଚନା ଅନୁଯାୟୀ ବାସାଗୁଡା ଥାନା ଅଂଚଳର ତରେମ ଠାରୁ ସିଲଗେର ମଧ୍ୟରେ ନିର୍ମାଣ ହେଉଥିବା ରାସ୍ତାକୁ ଯବାନ ସୁରକ୍ଷା ଦେବା ପାଇଁ ପଇଁତରା ମାରୁଥିଲେ।

ଚେହେ ପଟେଲପାରା ନିକଟରେ ନକ୍ସଲ ମାଟି ତଳେ ୫ କିଲୋ ଓଜନର ଏକ ଲ୍ୟାଣ୍ଡମାଇନ ପୋତିଥିବା ଯବାନ ସନ୍ଧାନ ପାଇଥିଲେ।ତୁରନ୍ତ ବୋମା ନିଷ୍କ୍ରିୟ ଦଳ ସେଠାରେ ପହଞ୍ଚି ଲ୍ୟାଣ୍ଡମାଇନକୁ ଉଦ୍ଧାର କରିବା ସହ ନିଷ୍କ୍ରିୟ କରିଥିଲେ। ତେବେ ଏକ ବଡ ଧରଣର ଅଘଟଣରୁ ଯବାନ ବର୍ତ୍ତିଗଲେ ବୋଲି କୁହାଯାଇଛି।ସେହି ଅଂଚଳକୁ ଯବାନ ଘେରିବା ସହ ସର୍ଚ୍ଚ ଅପରେସନ ଆହୁରି ଜୋରଦାର କରିଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର