ପାଟଣାଗଡ଼ରେ ବାଣିଜ୍ୟ ଓ ବିକ୍ରୟ କର ବିଭାଗର ଚଢଉ: କାଗଜପତ୍ର ଯାଞ୍ଚ ପାଇଁ ଅଫିସକୁ ନେଲେ ଅଧିକାରୀ

ରାହୁଲ ଏଣ୍ଟରସପ୍ରାଇଜେସକୁ ଲକ୍ଷେ ୩୦ ହଜାର ଟଙ୍କା ଫାଇନ, ଲୁଣ କଳାବଜାରୀ କରି ଲକ୍ଷ୍ମୀ ଷ୍ଟୋର ପୂର୍ବରୁ ଲକ୍ଷେ ଟଙ୍କା ଜରିମାନା ଦେଇଥିଲେ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ଲୁଣର କଳା ବଜାରୀ ଚାଲୁଥିବା ବେଳେ କିଛି ଦିନ ପୂର୍ବରୁ ପ୍ରଶାସନ ପକ୍ଷରୁ ଚଢଉ କରାଯାଇ ଜଣେ ହୋଲସେଲରଙ୍କଠାରୁ ଲକ୍ଷେ ଟଙ୍କାର ଜରିମାନା ଆଦାୟ କରାଯାଇଥିବା ବେଳେ ଶନିବାର ପୁଣି ଥରେ ଏହାର ପୁନାରାବୃତ୍ତି ହୋଇଛି । ବାଣିଜ୍ୟ ଓ ବିକ୍ରୟ କର ବିଭାଗ ପକ୍ଷରୁ ଚଢଉ କରି ସମ୍ପୃକ୍ତ ଅଧିକାରୀମାନେ ୨ଟି ଦୋକନରୁ କାଗଜପତ୍ର ସବୁ ନେଇ ଯାଞ୍ଚ କରିବା ପାଇଁ ନେଇଥିବା ଜଣାପଡିଛି। ତେବେ ଏଥିରେ ଜଣକୁ ଲକ୍ଷେ ୩୦ ହଜାର ଟଙ୍କା ଜରିମାନା ପକାଇଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ବାଣିଜ୍ୟ ଓ ବିକ୍ରୟ କର ବିଭାଗ ପକ୍ଷରୁ ପାଟଣାଗଡ଼ରେ ଚଢଉ କରା ଯାଇଥିଲା। କଳାହାଣ୍ଡି ବାଣିଜ୍ୟ ଓ ବିକ୍ରୟ କର ବିଭାଗର ଯୁଗ୍ମ କମିଶନର ସଞ୍ଜୀବ ସିଂଙ୍କ ନେତୃତ୍ବରେ ଡେପୁଟି କମିସନର ଫକୀର ମୋହନ ଶତପଥୀ, ବଲାଙ୍ଗୀର ଦ୍ରବ୍ୟକର ସେବା ଅଧିକାରୀ ଆଶିଷ କୁମାର ସାହୁ ପାଟଣାଗଡ଼ର ମାଁ ଲକ୍ଷ୍ମୀ କିରାନା ଷ୍ଟୋର ଓ ରାହୁଲ ଏଣ୍ଟରପ୍ରାଇଜେସ୍ ଉପରେ ଚଢଉ କରିଥିଲେ। ଚଢଉ ସମୟରେ ଉକ୍ତ ଦୋକାନର ମାଲିକ ଯଥା ଲକ୍ଷ୍ମୀ ଷ୍ଟୋରର ମାଲିକ ସଜ୍ଜନ ଅଗ୍ରୱାଲ ଓ ରାହୁଲ ଏଣ୍ଟରପ୍ରାଇଜେସର ମାଲିକ ରାହୁଲ ଜୈନଙ୍କୁ କାଗଜପତ୍ର ଦେଖାଇବା ପାଇଁ କହିଥିଲେ।

ତେବେ କାଗଜପତ୍ର ଯାଞ୍ଚ କରିବା ପାଇଁ ସମସ୍ତ କାଗଜପତ୍ର ନେଇ ସମ୍ପୃକ୍ତ ଅଧିକାରୀମାନେ ବିଭାଗୀୟ ଅଫିସକୁ ନେଇ ଯାଇଥିବା ଜଣାପଡିଛି। ଲୁଣ କଳା ବଜାରୀ କରି ଧରା ପଡିବା ପରେ ଲକ୍ଷ୍ମୀ ଷ୍ଟୋରକୁ ପ୍ରଶାସନ ପକ୍ଷରୁ ଲକ୍ଷେ ଟଙ୍କା ଜରିମାନା ପକାଇଥିବା ବେଳେ ଉକ୍ତ ଜରିମାନା ଟଙ୍କା ଗତ ୧୮ ତାରିଖରେ ଆଦାୟ କରା ଯାଇଥିଲାା ବାଣିଜ୍ୟ ଓ ବିକ୍ରୟ କର ବିଭାଗ ପକ୍ଷରୁ ଶନିବାର ଚଢଉ କରି ରାହୁଲ ଏଣ୍ଟପ୍ରାଇଜେସକୁ ଲକ୍ଷେ ୩୦ ହଜାର ଟଙ୍କା ଜରିମାନା ପକାଇଥିବା ଜଣାପଡିଛି।

ଏଠାରେ ପ୍ରକାଶ ଥାଉ କି, ଚିଠି ନଂ ୧୬୦୪ରେ ୧୬ .୫. ୨୦ରେ ପାଟଣାଗଡ଼ ଉପଜିଲ୍ଲାପାଳଙ୍କୁ ତହସିଲଦାର ରିପୋର୍ଟ ପ୍ରଦାନ କରିଥିବା ବେଳେ ଉକ୍ତ ଚିଠିକୁ ବଲାଙ୍ଗୀର ଜିଲ୍ଳା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ପଠାଇ ଦେଇଥିଲେ। ବାଣିଜ୍ୟକର ଓ ଜିଏସଟି ବିଭାଗର ଡେପ୍ୟୁଟି କମିସନରଙ୍କୁ ସେ ଦିନ ଉପଜିଲ୍ଳାପାଳ ଲକ୍ଷ୍ମୀ ଷ୍ଟୋର ଓ ରାହୁଲ ଏଣ୍ଡରପ୍ରାଇଜେସ କାଗଜପତ୍ର ଯାଞ୍ଚ ନେଇ ଚିଠି ଲେଖିଥିଲେ। ଉପଜିଲ୍ଲାପାଳଙ୍କ ଚିଠିକୁ ଆଧାର କରି ଶନିବାର ଉକ୍ତ ଦୁଇ ଦୋକନରେ ଚଢଉ କରା ଯାଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର