କୋଟିପତି ଏସିଟିଓଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ବଲାଙ୍ଗୀର : ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ବଲାଙ୍ଗୀର ଅତିରିକ୍ତ ବାଣିଜ୍ୟ କର ଅଧିକାରୀ (କଣ୍ଟାବାଂଜି ଅତିରିକ୍ତ ଦାୟିତ୍ବ) ଧୀରେନ୍ଦ୍ର ନାଥ ମିଶ୍ରଙ୍କ ମହାଲକ୍ଷ୍ମୀ ନଗରସ୍ଥିତ ଘରେ ଭିଜିଲାନ୍ସ ଟିମ ଗୁରୁବାର ଚଢ଼ଉ କରିଛି। ଶ୍ରୀ ମିଶ୍ର କୋଟିଏ ଟଙ୍କାରୁ ଅଧିକ ସଂପତ୍ତି ଠୁଳ କରିଥିବା ଭିଜିଲାନ୍ସ ଟିମ୍ ଆକଳନ କରିଛି। ଅଧିକ ଯାଞ୍ଚ ଜାରି ରହିଥିବା କହିଛନ୍ତି ଭିଜିଲାନ୍ସ ଅଧିକାରୀ। ଶ୍ରୀ ମିଶ୍ରଙ୍କ ଆଉ କେଉଁଠି ଓ କେତେ ସଂପତ୍ତି ରହିଛି ତାହାର ଯାଞ୍ଚ ମଧ୍ୟ ଜାରି ରହିଛି।

ସମ୍ବନ୍ଧିତ ଖବର