ଲୁଟିନେଲେ ୩ ଲକ୍ଷ ଟଙ୍କାର ସାମଗ୍ରୀ

ସଜନାଗଡ଼: ଦୁଇ ଦୋକାନରୁ ଚୋରି

ନୀଳଗିରି/ସଜନାଗଡ଼ : ସଜନାଗଡ଼ ବଜାରରେ ଥିବା ଅରୁଣ କୁମାର ରଣାଙ୍କ ବିଶ୍ୱକର୍ମା ଜୁଏଲାରୀ ଓ ଗଣେଶ୍ୱର ବେହେରାଙ୍କ ଶ୍ରୀରାମ ଭେରାଇଟି ଷ୍ଟୋରରେ ଗତକାଲି ରାତିରେ ଚୋରମାନେ କଳାକନା ବୁଲାଇଛନ୍ତି। ଉଭୟ ଦୋକାନରୁ ୩ ଲକ୍ଷରୁ ଊର୍ଦ୍ଧ୍ୱ ମୂଲ୍ୟର ସାମଗ୍ରୀ ଓ ଗହଣା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଗତ ରାତିରେ ଦୁର୍ବୃତ୍ତମାନେ ଗହଣା ଦୋକାନର ସଟର ଭାଙ୍ଗି ଦୋକାନ ଭିତରେ ପଶିଥିଲେ। ଦୋକାନର ଆଇରନ ଚେଷ୍ଟକୁ କାଟି ୨ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନା, ରୁପା ଅଳଙ୍କାର ଚୋରି କରି ନେଇଛନ୍ତି। ସେହିପରି ଗହଣା ଦୋକାନ ପାଖରେ ଥିବା ଗଣେଶ୍ୱର ବେହେରାଙ୍କ ଶ୍ରୀରାମ ଭେରାଇଟି ଷ୍ଟୋରର ସଟର ଭାଙ୍ଗି ଦୋକାନରେ ଥିବା ନଗଦ ଟଙ୍କା ଓ ୭୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ସାମଗ୍ରୀ ଚୋରି କରି ନେଇଛନ୍ତି। ଆଜି ସକାଳେ ଏହା ଜଣାପଡ଼ିବା ପରେ ନୀଳଗିରି ପୁଲିସ ପହଞ୍ଚ ତଦନ୍ତ କରି ଫେରି ଯାଇଛି।

ସମ୍ବନ୍ଧିତ ଖବର