ସୋର : ମାଲବାହୀ ଟ୍ରେନ୍‌ ଧକ୍କାରେ ଗଳିଲା ରେଳ ଷ୍ଟେସନର ଫୁଟ ଓଭରବ୍ରିଜ୍‌, ସିଙ୍ଗନାଲ ଖୁଣ୍ଟ

ବାଲେଶ୍ବର/ସୋର : ଆଜି ରାତିରେ ବାଲେଶ୍ବର ଜିଲ୍ଲା ସୋର ରେଳ ଷ୍ଟେସନରେ ଏକ ଅଘଟଣ ଘଟିଛି । ରାତି ପ୍ରାୟ ୯ଟା ବେଳେ ବାଲେଶ୍ବର ଅଭିମୁଖେ ଆସୁଥିବା ଏକ ମାଲବାହୀ ଟ୍ରେନ୍‌ର ଧକ୍କାରେ ଏହି ଷ୍ଟେସନର ୨ ନମ୍ବର ପ୍ଲାଟଫର୍ମରେ ଥିବା ଫୁଟ୍‌ ଓଭରବ୍ରିଜ୍‌ ଗଳିପଡ଼ିବା ସହ ଅନେକ ସିଙ୍ଗନାଲ ଖୁଣ୍ଟ ଭାଙ୍ଗିପଡ଼ିଛି। ଟ୍ରେନ୍‌ଟି ଷ୍ଟେସନରୁ ବାହାରି ଯାଇଥିବା ବେଳେ ଖବର ପାଇ ୨ କିଲୋମିଟର ଦୂର ମୂଳିସିଂ ରେଳଫାଟକ ନିକଟରେ ଅଟକାଯାଇଛି। ରେଳ ଅଧିକାରୀ ଏବଂ ଆରପିଏଫ୍‌ ଘଟଣାର ଯାଞ୍ଚ୍‌ କରିବା ଲାଗି ସେଠାରେ ପହଞ୍ଚିଛନ୍ତି। ତେବେ ଫୁଟ ଓଭରବ୍ରିଜ୍‌ ଓ ସିଙ୍ଗନାଲ ପୋଲ ଭାଙ୍ଗିବା ପରେ ୨ନମ୍ବର ପ୍ଲାଟଫର୍ମ ଦେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଟ୍ରେନ୍‌ ଚଳାଚଳ ବାତିଲ ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଏବେ ଷ୍ଟେସନରେ ଯାତ୍ରୀମାନଙ୍କ ଭିଡ଼ ନଥିବାରୁ ସୋର ରେଳ ଷ୍ଟେସନ ଏକ ବଡ଼ ଧରଣରୁ ଅଘଟଣରୁ ବର୍ତ୍ତିଯାଇଥିବା କୁହାଯାଇଛି।

ସମ୍ବନ୍ଧିତ ଖବର