ତିନିତଲାକ୍ କହି ପତ୍ନୀକୁ ହାଣିବା ଘଟଣା : ଅଭିଯୁକ୍ତ ସ୍ବାମୀକୁ ଗିରଫ କଲା ପୁଲିସ୍‌

ବାଲେଶ୍ବର : ସଦର ଥାନା ଅଧୀନ ଜଙ୍ଖରାଇ ଗ୍ରାମରେ ଗତକାଲି ଏକ ପାରିବାରିକ ଗଣ୍ତଗୋଳ ଉଗ୍ରରୂପ ନେଇଥିଲା। ରସିଦା ବିବି ନାମକ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ଜୈନୁଲ ଖାଁ ତିନିତଲାକ୍‌ କହିବା ସହ ଛୁରିରେ ଅତି ନିର୍ମମ ଭାବେ ହାଣି ଦେଇଥିଲେ। ଗୁରୁତର ରସିଦାଙ୍କୁ ପରିବାରବର୍ଗ ଓ ପଡ଼ିଶା ଲୋକ ଜିଲ୍ଲା ହସ୍‌ପିଟାଲରେ ଭର୍ତ୍ତି କରିଥିଲେ। ରସିଦା ଏନେଇ ତାଙ୍କ ସ୍ବାମୀଙ୍କ ବିରୋଧରେ ଥାନାରେ ଏତଲା ଦେବାପରେ ପୁଲିସ ମାମଲା ରୁଜୁ କରି ‌ତଦନ୍ତ ଚଳାଇଥିଲା। ଆଜି ସକାଳେ ପୁଲିସ୍‌ ଜୈନୁଲଙ୍କୁ ତାଙ୍କ ଗ୍ରାମରୁ ଗିରଫ କରି କୋର୍ଟଚାଲାଣ କରିଛି। ଉଲ୍ଲେଖଯୋଗ୍ୟ, ଜୈନୁଲ ଖାଁ ରସିଦାଙ୍କୁ ଙ୍କ ସହ ୭ ବର୍ଷ ପୂର୍ବରୁ ବିବାହ କରିଥିଲେ।

ସମ୍ବନ୍ଧିତ ଖବର