ମହୁଲି ଓ ପୋଚ ଜବତ, ୪ ଗିରଫ

ବାଲେଶ୍ୱର: ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ବିପୁଳ ପରିମାଣର ମହୁଲି ଓ ପୋଚ ଜବତ କରିବା ସହ ୪ଜଣଙ୍କୁ ଗିରଫ କରାଯାଇଛି। ଅବକାରୀ ଏସ୍‌ପି ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶ କ୍ରମେ ଇନିସ୍‌ପେକ୍ଟର କରୁଣା ଶଙ୍କର ତିଓ୍ଵାରୀଙ୍କ ତତ୍ତ୍ୱାବଧାନରେ ସୋର ଏସ୍‌ଆଇ କେଶବ ଚନ୍ଦ୍ର ଦାସ ଓ ମୋବାଇଲ ଏସ୍‌ଆଇ ତ୍ରିଲୋଚନ ସ୍ୱାଇଁଙ୍କ ସମେତ ଅନ୍ୟ କର୍ମଚାରୀମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ। ଚଢ଼ଉରେ ୧୦୮ ଲିଟର ମହୁଲି ମଦ ଓ ୨୨୦୦ କେଜି ପୋଚ ଜବତ ହୋଇଥିଲା। ଏହାସହ ନିଳଗିରି ଅଞ୍ଚଳରୁ ଭୋଳା ସୋରେନ, ସିମୁଳିଆରୁ ମଧୁ ହୋ, ବଳରାମ ସିଂ ଓ ଗୋବିନ୍ଦ ନାୟକଙ୍କୁ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର