ଉଦୟପୁର ବେଳାଭୂମି ନିକଟରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ଭୋଗରାଇ: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଉଦୟପୁର ବେଳାଭୂମି ନିକଟ ସମୁଦ୍ରରୁ ଏକ ମୃତଦେହ ଉଦ୍ଧାର କରିଛନ୍ତି ତାଳସାରି ସାମୁଦ୍ରିକ ଥାନା ପୁଲିସ। ମୃତ ଯୁବକ ଜଣକ ହେଲେ ପଶ୍ଚିମବଙ୍ଗ ନଦିଆ ଜିଲ୍ଲାର ରୀତମ ସାଦୁକାନ(୨୨)। ସେ ସାଙ୍ଗମାନଙ୍କ ସହ ଦୀଘା ବୁଲିବାକୁ ଆସିଥିଲେ। ଗତକାଲି ଦିନ ୩ଟା ସମୟରେ ଦୀଘା ସମୁଦ୍ରରେ ସେ ଗାଧୋଉଥିବା ବେଳେ ନିଖୋଜ ଥିଲେ। ଆଜି ଶବ ମିଳିବା ପରେ ସାମୁଦ୍ରିକ ଥାନା ପକ୍ଷରୁ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି।
ଘଟଣାରୁ ପ୍ରକାଶ ଯେ ପଶ୍ଚିମବଙ୍ଗର ନଦିଆ ଜିଲ୍ଲାର କତୁଆଲୀ ଥାନା ଅଞ୍ଚଳରୁ ତ୍ରିଲୋକ ସାଦୁକାନଙ୍କ ବାଇଶି ବର୍ଷର ପୁଅ ରୀତମ ସାଦୁକାନ ଆଠ ଜଣ ସାଙ୍ଗଙ୍କ ସହିତ ପଶ୍ଚିମବଙ୍ଗର ଦୀଘାକୁ ବୁଲିବାକୁ ଆସିଥିଲେ। ଗତକାଲି ଦୀଘା ସମୁଦ୍ରରେ ଗାଧୋଉଥିବା ସମୟରେ ରୀତମ ନିଖୋଜ ହୋଇଯାଇଥିଲେ। ସାଙ୍ଗମାନେ ଦୀଘା ଥାନାରେ ନିଖୋଜ ରିପୋର୍ଟ କରିଥିବା ବେଳେ ପୁଲିସ ବହୁ ଖୋଜାଖୋଜି ପରେ ପାଇ ନଥିଲେ।

ଆଜି ସକାଳେ ରୀତମର ମୃତଦେହ ଓଡ଼ିଶା ଉପକୂଳ ଉଦୟପୁର ଠାରେ ମିଳିବା ପରେ ତାଳସାରି ସାମୁଦ୍ରିକ ଥାନା ପୁଲିସ ଶବ ଜବତ କରିଛନ୍ତି। ଶବକୁ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ତାଳସାରି ସାମୁଦ୍ରିକ ଥାନା ଅଧିକାରିଣୀ ସୁଜାତା ମଲ୍ଲିକ ସୂଚନା ଦେଇଛନ୍ତି। ତେବେ କରୋନା କଟକଣା ପରେ ସମୁଦ୍ର କୂଳରେ ଅଧିକ ପର୍ଯ୍ୟଟକଙ୍କ ଭିଡ଼ ହେଉଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର