୩୫ଟି କେନ୍ଦୁପତ୍ର କେନ୍ଦ୍ରୀୟ ଗୋଦାମରେ ହେବ ବନ ମହୋତ୍ସବ

ନିଜେ ଲଗାଇବା ବୃକ୍ଷକୁ ବଞ୍ଚାଇବାର, ଦାୟିତ୍ବ କର୍ମଚାରୀଙ୍କର: ମୁଖ୍ୟ ବନସଂରକ୍ଷକ

ଜୟପୁର: ଜୟପୁର କେନ୍ଦୁପତ୍ର ଡିଭିଜନ ଅଧିନରେ ଥିବା କୋରାପୁଟ, ମାଲାକାନଗିରି ଓ ରାୟଗାଡା ଜିଲ୍ଲାର ୩୫ଟି କେନ୍ଦ୍ରୀୟ ଗୋଦାମ ପରିସରରେ ଏହି ସପ୍ତାହ ବ୍ୟାପି ବନମହୋତ୍ସବ ପାଳନ କରାଯିବ। ଏହିକ୍ରମରେ ଆଜି ଜୟପୁର କେନ୍ଦୁଲିଫ ଡିଏଫଓଙ୍କ କାର୍ଯ୍ୟାଳୟ ପରିସରରେ ୨୬ଟି ବୃକ୍ଷ ରୋପଣ କରାଯାଇଥିଲା। ଏଥିରେ ବଲାଙ୍ଗୀର ମଣ୍ଡଳ ମୁଖ୍ୟ ବନସଂରକ୍ଷକ ପ୍ରଦୀପ୍ତ କୁମାର ମହାପାତ୍ର, ଡିଏଫଓ ପ୍ରପୁଲ୍ଲ ମଣ୍ଡଳ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ୨୬ଜଣ କର୍ମଚାରୀ ଏଠାରେ କାମ କରୁଥିବାରୁ ପ୍ରତ୍ୟେକ କର୍ମଚାରୀ ନିଜେ ବୃକ୍ଷ ରୋପଣ କରିବା ସହ ନିଜେ ଲଗାଇଥିବା ଗଛର ସଂପୁର୍ଣ୍ଣ ବଞ୍ଚାଇବାର ଦାୟିତ୍ବ ରହିଲା ବୋଲି ମୁଖ୍ୟବନସଂରକ୍ଷକ କର୍ମଚାରୀଙ୍କୁ କହିଥିଲେ।

ସେଭଳି ସମସ୍ତ ୩୫ଟି ଯାକ କେନ୍ଦ୍ରୀୟ ଗୋଦାମରେ ଏଭଳି ବନ ମହୋତ୍ସବ ପାଳନ କରିବା ସହ ସେଠାରେ କାମ କରୁଥିବା କର୍ମଚାରୀ ମାନେ ନିଜେ ବୃକ୍ଷ ରୋପଣ କରିବା ସହ ଏହାକୁ ବଞ୍ଚାଇବାର ଦାୟିତ୍ବ ମଧ୍ୟ ନେବେ ବୋଲି କହିଛନ୍ତି ମୁଖ୍ୟବନସଂରକ୍ଷକ ଓ ଡିଏଫଓ। ସେଭଳି କୋରାପୁଟଜିଲ୍ଲା ଅଧିନରେ ଥିବା ରଣ୍ଡାପାଲ୍ଲୀ, ବୈପାରୀଗୁଡା ଓ ରାମଗିରୀରେ ବନମହୋତ୍ସବ କରାଯିବ। ରାୟଗଡ଼ ଜିଲ୍ଲାର ଆମ୍ଵାଦୋଳା, ମୁନିଗୁଡା, ଥେରୁବାଲି, ବିଷମକଟକ ଏବଂ ମାଲକାନଗିରି ଜିଲ୍ଲାର ମାଥିଲି, ଗୋବିନ୍ଦ ପାଲ୍ଲୀ, ବଳଦିଆଗୁଡା, ପାଣ୍ଡ୍ରିପାଣି, କୋତାମେଟ୍ଟା, ଗୁଣ୍ଡୁରିଗୁଡା, ମାଲକାନଗିରି, ବାଲି ମେଳା, କାଲିମେଳା, ଏମ.ଭି ୧୭, ଏମ. ଭି ୭୯ ଆଦି ସ୍ଥାନରେ ବି ଏଭଳି ବନମହୋତ୍ସବ କାର୍ଯ୍ୟକ୍ରମ କରାଯିବା ଲକ୍ଷ୍ୟ ରହିଛି ବୋଲି ଡିଏଫଓ ସୂଚନା ଦେଇଛନ୍ତି। ଆଜିର କାର୍ଯ୍ୟକ୍ରମରେ ଆକାଉଣ୍ଟାଣ୍ଟ ଗୋପାଳ ଚନ୍ଦ୍ର ଡାକୁଆ, ଜୁନିୟର ଆକାଉଣ୍ଟାଣ୍ଟ ସୁଧାକର ପଟ୍ଟନାୟକ, ରମେଶ ନାୟକ, ଶୁଭଶ୍ରୀ ପାଢ଼ୀ, ସୌମ୍ୟରଂଜନ ପୋଲାଇ, ନମ୍ରତା ପଟ୍ଟନାୟକ ପ୍ରମୁଖ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର